କନକ ବ୍ୟୁରୋ: ଯେଉଁମାନେ ରାସନକାର୍ଡ ପାଇଁ ଇ-କେୱାଇସି ଅପଡେଟ୍ କରି ନାହାନ୍ତି। ସେମାନଙ୍କୁ ଆଉ କିଛି ଦିନ ପାଇଁ ଆଶ୍ବସ୍ତି ମିଳି ଯାଇଛି। ଲକ୍ଷ ଲକ୍ଷ ଆବେଦନକାରୀ ଏବେ ବି ଇ-କେୱାଇସି ଅପଡେଟ୍ କରି ନଥିବାରୁ କଂଟ ସରିଗଲେ କଣ କରିବେ? ସେ ନେଇ ଚିନ୍ତାରେ ଥିବାବେଳେ, ଏହାକୁ ବଡ ଖବର କରି ବାରମ୍ବାର ପ୍ରସାରଣ କରିଥିଲା କନକ ନ୍ୟୁଜ୍। ଆଉ ଶେଷରେ ସରକାର ଇ-କେୱାଇସି ପାଇଁ ଥିବା ଅବଧି ବୃଦ୍ଧି ପାଇଁ ଘୋଷଣା କରିଛନ୍ତି। ଦେଖନ୍ତୁ ଏହି ରିପୋର୍ଟ ..
E-KYC ଅପଡେଟ୍ ପାଇଁ ଆସନ୍ତାକାଲି ଅବଧି ସରୁଥିବାବେଳେ ରାସନକାର୍ଡ ହିତାଧିକାରୀଙ୍କୁ ପୁଣି ଥରେ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ଇ-କେୱାଇସି ଅପଡେଟ୍ ପାଇଁ ଥିବା ଡେଡଲାଇନକୁ ଫେବ୍ରୁଆରୀ ୧୫ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି । ଏନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । କହିଛନ୍ତି, ରାସନକାର୍ଡ ହିତାଧିକାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ।
ରାଜ୍ୟରେ ରହିଛନ୍ତି ୩ କୋଟି ୩୫ ଲକ୍ଷ ୫୭୦ ଜଣ ହିତାଧିକାରୀ । ବର୍ତ୍ତମାନ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି । ହେଲେ, ଏବେ ବି ପ୍ରାୟ ୩୮ଲକ୍ଷ ରା ହିତାଧିକାରୀ E-KYC ଅପଡେଟ୍ କରିନାହାନ୍ତି । ଏତେ ସଂଖ୍ୟାରେ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରି ନଥିବାରୁ କାହିଁକି ହୋଇପାରୁ ନି ତାର ଅନୁଧ୍ୟାନ କରିବାକୁ ଦାବି ହୋଇଛି । ଡିଲର ସଂଘ ପକ୍ଷରୁ କୁହାଯାଇଛି, ୨-ଜି ସ୍ପେକ୍ଟ୍ରମ ମେସିନ ବଦଳରେ ଫାଇଭ୍-ଜି କ୍ୟାପେବୁଲ ମେସିନ ବ୍ୟବହାର ହେଉ । ଯାହାଫଳରେ ନେଟୱର୍କ ଇସ୍ୟୁ ସମସ୍ୟାର ସମାଧାନ ହେବ ଓ ଇ-କେୱାଇସି ଯାଞ୍ଚ ଅଭିଯାନ ସଫଳ ହେବ ।
ଅନ୍ୟପଟେ ଇ-କେୱାଇସି ଯାଂଚରେ ଧରାପଡିବା ପରେ ଏପର୍ୟ୍ୟନ୍ତ ପ୍ରାୟ ୧୨ ହଜାର ସରକାରୀ କର୍ମଚାରୀ ରାସନକାର୍ଡ ଫେରାଇ ସାରିଲେଣି । ଆଗକୁ ଏହି ସଂଖ୍ୟା ଆହୁରି ଲମ୍ବିବ । ତେବେ ଯେଉଁମାନେ ସ୍ବଇଛାରେ କାର୍ଡ ନଫେରାଇବେ ସେମାନଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।
ବଢ଼ିଲା E-KYC ଅପଡେଟ୍ ଅବଧି । ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ କରିପାରିବେ ଅପଡେଟ ।
ଓଡ଼ିଶାରେ ପର୍ୟ୍ୟାପ୍ତ ଭିତ୍ତିଭୂମି ନାହିଁ, ଇ-କେୱାଇସି ପାଇଁ ପାଗ ଭିଡି ହଟହଟା ହେଉଛନ୍ତି ସରକାର । କଂଟ ଦେଉଛନ୍ତି, ପୂରଣ ପୂର୍ବରୁ ବଢ଼ାଉଛନ୍ତି । ଆହୁରି ୩୮ ଲକ୍ଷ କରିନାହାନ୍ତି ଇ-କେୱାଇସି ଅପଡେଟ୍ । ୧୫ ଦିନ ଅବଧି ବଢ଼ାଇଲେ ସରକାର । ଡିଲର କହିଲେ, ନେଟୱାର୍କ ବଢ଼ାଉଛି ସମସ୍ୟା, ୨ଜି ସ୍ପେକ୍ଟ୍ରମ ନୁହେଁ ୫ଜି କେବୁଲ ଦରକାର ।
/kanak/media/media_files/2025/01/30/i7kiM3y4iUUH7rgriZHp.jpg)