କନକବ୍ୟୁରୋ : ରଥଯାତ୍ରା ବିଭ୍ରାଟ ନେଇ ସରକାରଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଅଭିଯୋଗ ଆଣିବା ପରେ ସରକାରଙ୍କୁ ନେଇ ସେ କହିଛନ୍ତି , ଗତକାଲିର ଘଟଣା ଅତ୍ୟନ୍ତ ଲଜ୍ଜାଜନକ ଅଟେ । ସ୍ପଷ୍ଟ ବାରି ହୋଇପଡୁ ଛି ସରକାରଙ୍କ ଚରମ ଦାୟିତ୍ଵ ହୀନତା । ମୁଖ୍ୟମନ୍ତ୍ରୀ ରଥ ସମୀକ୍ଷାରେ କହିଥିଲେ ତ୍ରୁଟିଶୂନ୍ୟ ଓ ଇତିହାସ କରିବୁ । ଯାହା କହିଥିଲେ ତାହା କାର୍ଯ୍ୟରେ ଦେଖାଇଲେ । ନିଜ ବିବେକକୁ ପଚାରନ୍ତୁ ତ୍ରୁଟି ଶୂନ୍ୟ ଥିଲା ନା ନାହିଁ ।
ତମେ କିଏ ଇତିହାସ କରିବ ମହାପ୍ରଭୁଙ୍କୁ ନେଇ ? ପୁରୀ ରଥଯାତ୍ରା ପୂର୍ବରୁ ଅନ୍ୟମାନଙ୍କର ମତାମତ ନେବା , କାହାର କାହା ସହିତ ସମନ୍ନୟ ନଥିଲା । ଶୃଙ୍ଖଳିତ ରଥଯାତ୍ରା ନଥିଲା , ତ୍ରୁଟି ହେଲେ ପ୍ରଭୁ କାହାକୁ ସହିବେନି । କାଲି ରଥଯାତ୍ରାରେ ଅଧିକ ଲୋକ ନଥିଲେ । ଏଥିସହ ସେ କହିଛନ୍ତି ହଜାର କର୍ଡନ ପାସ ଓ ୫ ହଜାର ପହଣ୍ଡି ପାସ ଦିଆଯାଇଛି , ଇତିହାସରେ କେବେ ୧୦ ହଜାର ପାସ ଦିଆଯାଇଥିଲା? ସରକାରୀ ରେକର୍ଡ କାଢି କୁହନ୍ତୁ ସରକାର । ଘୋଷ ଯାତ୍ରା ନା ପାର୍ଟି ଯାତ୍ରା ? ଲଜ୍ଜାଜନକ ବିବୃତ୍ତି ଗଣମାଧ୍ୟମରେ ଦିଅନ୍ତୁ ନାହିଁ ସରକାର । ୨୦୦ ପ୍ଲାଟୁନ ଫୋର୍ସ କଣ କରୁଥିଲେ ? କର୍ଡନ କାହିଁକି ଖାଲି କରିନଥିଲେ ? ଏଥିସହ ସେ କହିଛନ୍ତି ସରକାର ବିବୃତ୍ତି ଦେଲା ବେଳେ ଲଗାମ ଦେଉନାହାନ୍ତି । ସରକାର ସମର୍ପଣ ଭାବ ଦେଖାନ୍ତୁ , ୩୩ ବର୍ଷ ପରେ ଏଭଳି ବିଭ୍ରାଟ ଦେଖିବାକୁ ମିଳିଲା ୧୯୯୨ ମସିହାରେ ଏଭଳି ଘଟଣା ଘଟିଥିଲା..