ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ପରମ୍ପରା ମୁତାବକ ଶୀତଳ ଷଷ୍ଠୀରେ ତିନି ରଥରେ ଡେରା ହେବ ୪୨ ଟି ଚକ

ସେପଟେ ସ୍ନାନ ପୁଣ୍ଣିମା ଦିନ ତିନି ରଥର ଚାରି ନାହାକା ଡେରା ପରମ୍ପରା ରହିଥିବାରୁ ଜୋରସୋରରେ ଆଗେଇ ଚାଲିଛି ରଥକାର୍ଯ୍ୟ । ଚଉତା, ବିରାଡ଼ି ଓ ମୁହାଁଟର ଚଉପଟ କାର୍ଯ୍ୟ  ମଧ୍ୟ ଜାରି ରହିଛି । ବିଶ୍ବକର୍ମା ସେବାୟତ ମାନେ ଖରା ବର୍ଷାକୁ ଖାତିର ନକରି କାମ ଜାରି ରଖିଛନ୍ତି । ଅକ୍ଷୟ ତୃତୀୟା ଠାରୁ ରଥକାଠ ଅନୁକୁଳ ପରେ ଚନ୍ଦନ ଯାତ୍ରାର ଭଉଁରୀ ଦିନ ଅଖ ଚକ ଡେରା ହୋଇଥିଲା ।

sdfsddfsdfd

କନକ ବ୍ୟୁରୋ : ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା ।  ପରମ୍ପରା ମୁତାବକ ଶୀତଳ ଷଷ୍ଠୀରେ ତିନୋଟି ରଥର ୨୧ଟି ଅଖରେ ୪୨ ଟି ଚକ ଡେରା ହେବ । ଏଥିପାଇଁ ସମସ୍ତ ଚକର କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ସେପଟେ ସ୍ନାନ ପୂଣ୍ଣିମା ଦିନ ତିନି ରଥର ଚାରି ନାହାକ  ଡେରା ପରମ୍ପରା ରହିଥିବାରୁ ଜୋରସୋରରେ ଆଗେଇ ଚାଲିଛି ରଥକାର୍ଯ୍ୟ । ଚଉତା, ବିରାଡ଼ି ଓ ମୁହାଁଟର ଚଉପଟ କାର୍ଯ୍ୟ  ମଧ୍ୟ ଜାରି ରହିଛି । ବିଶ୍ବକର୍ମା ସେବାୟତ ମାନେ ଖରା ବର୍ଷାକୁ ଖାତିର ନକରି କାମ ଜାରି ରଖିଛନ୍ତି  ।  ଅକ୍ଷୟ ତୃତୀୟା ଠାରୁ ରଥକାଠ ଅନୁକୁଳ ପରେ ଚନ୍ଦନ ଯାତ୍ରାର ଭଉଁରୀ ଦିନ ଅଖ ଚକ ଡେରା ହୋଇଥିଲା  ।  ପରମ୍ପରା ମୁତାବକ ଶୀତଳ ଷଷ୍ଠୀରେ ନନ୍ଦିଘୋଷ ରଥର ୧୬ ଚକ, ଦର୍ପଦଳନର ୧୨ଟି ଚକ ଓ ତାଳଧ୍ବଜ ରଥର ୧୪ଚକ ଡେରା ହେବ । ଏଥିପାଇଁ ଜୋରସୋରରେ ଆଗେଇ ଚାଲିଛି କାମ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe