କନକ ବ୍ୟୁରୋ : କ୍ଷେତ୍ରଶ୍ୱରୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ରଥଯାତ୍ରା । ମା’ ବିରଜାଙ୍କ ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ହୋଇଛି ଅଞ୍ଚଳ । ପାରମ୍ପରିକ ରୀତିନୀତି ଅନୁଯାୟୀ ରଥ ପୂଜା ପରେ ରଥ ପ୍ରତିଷ୍ଠା କରାଯାଇଥିଲା । ଏହାପରେ ମା’ଙ୍କ ଚଳନ୍ତି ପ୍ରତିମାକୁ ରଥାରୁଢ କରାଯାଇ ରଥ ଟଣାଯାଇଥିଲା । ପ୍ରତ୍ୟହ ସନ୍ଧ୍ୟାରେ ରଥ ମନ୍ଦିରର ବେଢା ପରିକ୍ରମା କରିବ । ବିଶ୍ୱାସ ରହିଛି ଏହି ନଅ ଦିନ ଧରି ଚାଲିଥିବା ପୂଜା ସମୟରେ ମା’ଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ରଥରେ ମା’ଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।
ଆରମ୍ଭ ହେଲା ମା’ ବିରଜାଙ୍କ ରଥଯାତ୍ରା ; ଚଳଚଞ୍ଚଳ ଶକ୍ତିପୀଠ
କ୍ଷେତ୍ରଶ୍ୱରୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ରଥଯାତ୍ରା । ମା’ ବିରଜାଙ୍କ ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ହୋଇଛି ଅଞ୍ଚଳ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)