କନକ ବ୍ୟୁରୋ : ରଥଯାତ୍ରା ପାଇଁ ଆଉ ସପ୍ତାହେ ବାକି । ଆଉ ଗ୍ରାଉଣ୍ଡରେ ପହଞ୍ଚି ମନ୍ତ୍ରିସ୍ତରୀୟ କମିଟି କରିଛି ସ୍ଥିତି ସମୀକ୍ଷା । କମିଟି ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ରଥ ଖଳା,ମୁଖ୍ୟ ଚିକିତ୍ସାଳୟ,ଶ୍ରୀଗୁଣ୍ଡିଚା ମନ୍ଦିର ,ବଡ଼ଦାଣ୍ଡରେ ସ୍ଥିତି ସମୀକ୍ଷା କରିଛନ୍ତି କମିଟି । ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
- ବିଭାଗ-ବିଭାଗ ମଧ୍ୟରେ ସମନ୍ବୟ ଓ ଶୂନ୍ୟ ସହନଶୀଳତାକୁ ଗୁରୁତ୍ବ
- ଡାଇରିଆ ଓ ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
- ସ୍ୱାସ୍ଥ୍ୟସେବା ଉପରେ ନଜର ରଖିବ ସିସିଟିଭି
- ୭୪ ଆମ୍ବୁଲାନ୍ସ ପ୍ରସ୍ତୁତ, ଡାଇରିଆ ପାଇଁ ୩ଟି ଟିମ୍ ଗଠନ
- ୨ଟି ଟିମ୍ ସହରାଞ୍ଚଳରେ ପାଣି ନମୁନା ପରୀକ୍ଷା କରିବେ
- ଗୋଟିଏ ଟିମ୍ ସଦର ଅଞ୍ଚଳରେ ପାଣି ଟେଷ୍ଟ କରିବ
- ଅତିରିକ୍ତ ଶଯ୍ୟା ଓ ଆଇସିୟୁ ବି ପ୍ରସ୍ତୁତ ରଖାଯାଇଛି
ମନ୍ତ୍ରିସ୍ତରୀୟ କମିଟି ପୁରୀରେ ସମୀକ୍ଷା କରିଥିଲେ । ଏହାସହ ଶ୍ରୀମନ୍ଦିର ଚାରିପାଖ, ମେଡିକାଲ, ବଡଦାଣ୍ଡ ରଥଖଳା , ପୁଲିସ ନିୟନ୍ତ୍ରଣ କକ୍ଷ ଓ ବିଭିନ୍ନ ସାହି ବୁଲିବା ସହ ନାଳନର୍ଦ୍ଦମାର ସ୍ଥିତି ବି ଦେଖିଥିଲେ । ଲକ୍ଷ ଲକ୍ଷ ପର୍ଯ୍ୟଟକ ପୁରୀକୁ ଆସିବେ ତେଣୁ ଖାଦ୍ୟ ଓ ପାଣି ପରୀକ୍ଷାକୁ ଗୁରୁତ୍ବ ଦିଆଯାଇଛି । ରାସ୍ତା ନିର୍ମାଣ ସହ ଡ୍ରେନ୍ ସଫା ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ବଡ଼ଦାଣ୍ଡର ସମସ୍ତ ଆଇରନ୍ ସ୍ଲାବ୍ ପରିବର୍ତ୍ତନ ସହ ଅନେକ ମୁକୁଳା ଡ୍ରେନ୍ ଗୁଡିକରେ ପଡ଼ିଛି ସ୍ଲାବ୍ । ଏହାଛଡା ଏଆଇ ନଜରରେ ରହିବ ପୁରୀ ରଥଯାତ୍ରା । ଉତ୍ତରା ଛକଠାରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ଏବଂ ପୁରୀରୁ କୋଣାର୍କ ଯାଏଁ ସମସ୍ତ ଗତିବିଧି ଉପରେ ନଜର ରଖିବ AI କ୍ୟାମେରା । ରଥଯାତ୍ରା ପୂର୍ବରୁ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଶେଷ ସମନ୍ବୟ ବୈଠକ । ତା’ପୂର୍ବରୁ ସବୁ କାମ ସାରିବାକୁ ପ୍ରାଶାସନିକ ଅଧିକାରୀଙ୍କୁ ତାଗିଦ କରାଯାଇଛି ।