ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିଲା, ଆରମ୍ଭ ହେଲା ରଥକାଠ ଚିରଟ କାମ

Advertisment

ଚଳିତ ବର୍ଷ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିଵା ପରେ ସେବାୟତ, ମୁଖ୍ୟ ମହାରଣା ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ରଥ କାଠ ଚିରଟ ଆରମ୍ଭ  ହୋଇଛି । ରଥ ତିଆରି ପାଇଁ ନୟାଗଡ଼ ଓ ଵରଗଡ ଜଙ୍ଗଲରୁ କାଠ ସଂଗ୍ରହ ହୋଇଛି ।

ଚଳିତ ବର୍ଷ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିଵା ପରେ ସେବାୟତ, ମୁଖ୍ୟ ମହାରଣା ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ରଥ କାଠ ଚିରଟ ଆରମ୍ଭ  ହୋଇଛି । ରଥ ତିଆରି ପାଇଁ ନୟାଗଡ଼ ଓ ଵରଗଡ ଜଙ୍ଗଲରୁ କାଠ ସଂଗ୍ରହ ହୋଇଛି ।

Ratha katha Chirat

କନକ ବ୍ୟୁରୋ: ପୁରୀ ରଥ ନିର୍ମାଣ ପାଇଁ ଆରମ୍ଭ ହେଲା ରଥକାଠ ଚିରଟ କାମ ।  କଟକ ଖପୁରିଆରେ ଥିବା ସରକାରୀ କାଠ ମିଲରେ ଏହି ରଥ କାଠ ଚିରଟର ଶୁଭ ଅନୁକୂଳ କରାଯାଇଛି । ପରମ୍ପରା ଅନୁସାରେ ରାମ ନବମୀରେ ରଥ ନିର୍ମାଣ ପାଇଁ ଜଙ୍ଗଲରୁ ଆସିଥିବା କାଠ ଚିରଟ କାମ ପାରମ୍ପରିକ ଭାବେ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିଵା ପରେ ସେବାୟତ, ମୁଖ୍ୟ ମହାରଣା ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି ରଥ କାଠ ଚିରଟ ଆରମ୍ଭ  ହୋଇଛି ।  ସେହିଭଳି ରଥ ତିଆରି ପାଇଁ ନୟାଗଡ଼ ଓ ଵରଗଡ ଜଙ୍ଗଲରୁ କାଠ ସଂଗ୍ରହ ହୋଇଛି । ତିନି ରଥ ନିର୍ମାଣ ପାଇଁ ଚଳିତ ବର୍ଷ ମୋଟ ୮୧୪ ଖଣ୍ଡ କାଠ ଚିରଟ ହେବାକୁ ଥିବାବେଳେ ଆଜି ସୁଦ୍ଧା କଟକ କାଠ ମିଲ୍‌ରେ ପହଞ୍ଚିଛି ୨୬୧ଖଣ୍ଡ କାଠ । ଅସନ କାଠ, ଧଉରା କାଠ, ଫାଶୀ କାଠ, ସିମିଳି କାଠ ଓ ମଇ କାଠ ଭଳି ୭ହଜାର ଘନଫୁଟ କାଠ ଚିରଟ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe