କନକବ୍ୟୁରୋ : ପୁରୀ ଶରଧାବାଲି ଭକ୍ତଙ୍କ ମୃତ୍ୟୁ ଘଟଣା ।  ଏହି ଘଟଣା ପରେ ଗତକାଲି ରାତିରେ ଦଳାଚକଟା ଘଟି ତିନି ଜଣ ଭକ୍ତଙ୍କ ପ୍ରାଣତ୍ୟାଗ କରିଥିବା ଏବଂ ଅନେକ ଭକ୍ତବୃନ୍ଦ ଆହତ ହୋଇଥିବା ଖବର ପାଇ ଶ୍ରୀ ଗଜପତି ମହାରାଜା ମର୍ମାହତ ଥିବା କହିଛନ୍ତି   ।

Advertisment

ଏଥିସହ ଏହି ଘଟଣାରେ  ଶ୍ରୀ ଗଜପତି ମହାରାଜା ସ୍ବର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ଶ୍ରୀମହାପ୍ରଭୁଙ୍କ ଶ୍ରୀଚରଣ କମଳରେ ନିବେଦନ କରିଛନ୍ତି  ଏବଂ ଶୋକସନ୍ତପ୍ତ ପରିବାରର ସଦସ୍ୟମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି  ।  ତତସହିତ ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥ‌ିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

ଏହି ଘଟଣା ପରେ ପୁରୀ ଶରଧାବାଲିରେ ଠେଲାପେଲା ଘଟଣାରେ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ  ।  ଏ ଘଟଣାରେ  ମୁଁ  ଓ ମୋ  ସରକାର କ୍ଷମା ମାଗୁଛୁ ବୋଲି କହିଛନ୍ତି  ମୋହନ ମାଝୀ  ।  ଅବହେଳା  ଅକ୍ଷମଣୀୟ ।  ସୁରକ୍ଷା  ଅବହେଳାର ତୁରନ୍ତ ତଦନ୍ତ କରାଯିବ ନେଇ କହିଲେ ମୁଖ୍ୟମନ୍ତ୍ରୀ ।  ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।