କନକ ବ୍ୟୁରୋ: ପ୍ରତିବର୍ଷ ଭଳି ଏ ବର୍ଷ ରଥଯାତ୍ରା ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶୃଙ୍ଖଳିତ ଭାବେ ସାରିବାକୁ ସମସ୍ତ ଆୟୋଜନ କରାଯାଇଛି । ଏହିସବୁ ପ୍ରସ୍ତୁତିର ଆଜି ଚୂଡ଼ାନ୍ତ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀ ପୌରସଂସ୍ଥାର ଟାଉନ୍ ହଲଠାରେ ଆୟୋଜିତ ବୈଠକରେ ଯୋଗଦେଇ ମନ୍ତ୍ରୀ, ରଥଯାତ୍ରା ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ...
- ଅଘଟଣମୁକ୍ତ ରଥଯାତ୍ରା ଉପରେ ଗୁରୁତ୍ବାରୋପ କରିଛନ୍ତି
- ଶ୍ରଦ୍ଧାଳୁମାନେ କେମିତି ଶୃ୍ଙ୍ଖଳିତ ଦର୍ଶନ କରିବେ, ଧ୍ୟାନ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ
- ବିଭିନ୍ନ ଜିଲ୍ଲାରେ ଡାଇରିଆ ଯୋଗୁ ସ୍ବାସ୍ଥ୍ୟ ବିଭାଗ ସହ ଅନ୍ୟ ସମସ୍ତ ବିଭାଗ ସୁନାବେଶ ପର୍ଯ୍ୟନ୍ତ ସଜାଗ ରହିବେ
- କୌଣସି ସ୍ଥାନରେ ଯେମିତି ଅସ୍ବାସ୍ଥ୍ୟକର ଖାଦ୍ୟ କିମ୍ବା ପାଣି ବିକ୍ରି ନହୁଏ ତାହା ସୁନିଶ୍ଚିତ କରିବା ଜରୁରୀ
- ମହାପ୍ରଭୁଙ୍କ ନୀତିକାନ୍ତ ଯେପରି ସୁରୁଖୁରୁରେ ଏବଂ ଠିକ ସମୟରେ ହେବ ସେଥିପାଇଁ ସେବାୟତଙ୍କ ସହଯୋଗ ଲୋଡ଼ିଛନ୍ତି
ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି
- ରଥଯାତ୍ରା ପାଇଁ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା
- ଡ୍ରୋନ୍ ଓ ୨୭୫ଟି ଏଆଇ କ୍ୟାମେରା ବ୍ୟବସ୍ଥା
- ଡ୍ରୋନ୍ ସହାୟତାରେ ହେବ ଟ୍ରାଫିକ୍ ଓ ଶୃଙ୍ଖଳା ବ୍ୟବସ୍ଥା ପରିଚାଳନା
- ୧୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ
- ସହରର ସମସ୍ତ ସ୍ଥାନରେ ଆଣ୍ଟି ଟେରରିଷ୍ଟ ଟିମ୍ ରହିବେ
- ଆମ୍ବୁଲାନ୍ସକୁ ବାଟ କଢ଼ାଇବା ପାଇଁ ରହିବ ଗ୍ରୀନ୍ କରିଡର୍
- ବେଳାଭୂମିରେ ଅଘଟଣ ଏଡ଼ାଇବା ପାଇଁ ଅଧିକରୁ ଅଧିକ ଲାଇଫ୍ ଗାର୍ଡ ମୁତୟନ
ତେବେ ବିଭିନ୍ନ ଜିଲ୍ଲାରେ ଡାଇରିଆ ଲାଗି ରହିଥିବାରୁ ସତର୍କ ହୋଇଛି ସ୍ବାସ୍ଥ୍ୟ ବିଭାଗ । ଏଥିପାଇଁ ୨୬୮ଟି ଜରୁରିକାଳୀନ ଶଯ୍ୟା ସହ ବର୍ଣ୍ଣ ୱାର୍ଡ, ଡାଇରିଆ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଏହାସହ ମୋବାଇଲ୍ ହସ୍ପିଟାଲ୍, ଆକ୍ସିଡେଣ୍ଟ୍ ରିକଭରି ଭ୍ୟାନ୍, ଫ୍ରି ଫ୍ଲୋଇଂ କରିଡର ବ୍ୟବସ୍ଥା ଉପରେ ଫୋକସ୍ ରହିବ । ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରଥଯାତ୍ରା ରୂପରେଖ ପୁସ୍ତିକା ଉନ୍ମୋଚିତ ହୋଇଛି ।