ରଥକାଠ ଅନୁକୂଳ ପରେ ଚଳଚଞ୍ଚଳ ରଥଖଳା; ଶୁଭିଲାଣି ନିହାଣ, ମୁଗୁର, କରତର ଶବ୍ଦ

Advertisment

ବଡ଼ ଠାକୁରଙ୍କ ପାଇଁ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ରଥ ନିର୍ମାଣ ପର୍ବ । ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ଆସି ଲାଗି ହେବା ପରେ ଶ୍ରୀନଅର ସମ୍ମୁଖ ଯଜ୍ଞସ୍ଥଳରେ ହୋମଯଜ୍ଞ ପୂର୍ବକ ରଥ ନିର୍ମାଣ ଅନୁକୂଳ କରାଯାଇଛି ।

ବଡ଼ ଠାକୁରଙ୍କ ପାଇଁ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ରଥ ନିର୍ମାଣ ପର୍ବ । ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ଆସି ଲାଗି ହେବା ପରେ ଶ୍ରୀନଅର ସମ୍ମୁଖ ଯଜ୍ଞସ୍ଥଳରେ ହୋମଯଜ୍ଞ ପୂର୍ବକ ରଥ ନିର୍ମାଣ ଅନୁକୂଳ କରାଯାଇଛି ।

Chariot Construction

Photograph: (KANAK NEWS)

କନକ ବ୍ୟୁରୋ : ଦିନ କେଇଟା ପରେ ଜନ୍ମବେଦିକୁ ଯାତ୍ରା କରିବେ ମହାପ୍ରଭୁ । ଏଥିପାଇଁ ଅକ୍ଷୟ ତୃତୀୟାରୁ ବାଜିଛି ଶୁଭଶଙ୍ଖ । ବଡ଼ ଠାକୁରଙ୍କ ପାଇଁ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ରଥ ନିର୍ମାଣ ପର୍ବ । ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ଆସି ଲାଗି ହେବା ପରେ ଶ୍ରୀନଅର ସମ୍ମୁଖ ଯଜ୍ଞସ୍ଥଳରେ ହୋମଯଜ୍ଞ ପୂର୍ବକ ରଥ ନିର୍ମାଣ ଅନୁକୂଳ କରାଯାଇଛି । ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କ ସମେତ ଅନ୍ୟ ସେବକ ମାନେ ରଥ ନିର୍ମାଣ ପାଇଁ ଶାଢ଼ି ବନ୍ଧାଇ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ଗତକାଲି ଅକ୍ଷୟ ତୃତୀୟାରୁ ନରେନ୍ଦ୍ର ପୋଖରୀରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇସାରିଛି । ଜଳକ୍ରୀଡ଼ା କରିଛନ୍ତି ମହାପ୍ରଭୁ । ୨୧ ଦିନ ଧରି ଏହି ଯାତ୍ରା ଚାଲିବ । ନରେନ୍ଦ୍ର ପୋଖରୀରେ ଚାପ ଖେଳିବେ ମହାପ୍ରଭୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe