କନକ ବ୍ୟୁରୋ: ଦିବଙ୍ଗତ ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କ ଇଚ୍ଛାପତ୍ରର ତଥ୍ୟ ସାମନାକୁ ଆସିଛି । ଏଥିରେ ସେ ଜର୍ମାନ ଶେଫର୍ଡ କୁକୁର ଟିଟୋ ପାଇଁ ଅନଲିମିଟେଡ୍‌ କେୟାରର ବନ୍ଦୋବସ୍ତ କରି ଦେଇ ଯାଇଛନ୍ତି । ରତନ ଟାଟା ୧୦ ହଜାର କୋଟି ଟଙ୍କାରୁ ଅଧିକ ସଂପତ୍ତି ଛାଡ଼ି ଯାଇଛନ୍ତି । ଉକ୍ତ ସଂପତ୍ତିର ଭାଗବାଣ୍ଟ ତାଙ୍କ ଭଉଣୀ ଶିରିନ ଓ ଡିଏନାଙ୍କ ବ୍ୟତୀତ ହାଉସ୍ ଷ୍ଟା୍‌ପ୍ ଓ ଅନ୍ୟ ଲୋକଙ୍କ ମଧ୍ୟରେ ହେବ । ହେଲେ ରତନ ଟାଟାଙ୍କ ଧନର ଯେତେ ଭାଗ ତାଙ୍କ କୁକୁରକୁ ମିଳିବ, ଏହାପରେ ସେ ଭାରତରେ ସବୁଠୁ ଧନୀ କୁକୁର ତାଲିକାରେ ରହିବ । ରତନ ଟାଟାଙ୍କର ଇଚ୍ଛାପତ୍ରରେ ତାଙ୍କର ସ୍ୱତନ୍ତ୍ର ବନ୍ଧୁ ଶାନ୍ତନୁଙ୍କ କଥା ମଧ୍ୟ କୁହାଯାଇଛି । ଟିଟୋକୁ ୫-୬ ବର୍ଷ ପୂର୍ବେ ପୋଷା ଭାବେ ଅଣାଯାଇଥିଲା । ରତନ ଟାଟାଙ୍କ ଇଚ୍ଛାପତ୍ର ଅନୁସାରେ...

Advertisment

ରତନ ଟାଟାଙ୍କ ସମ୍ପତ୍ତି
କାହାକୁ ମିଳିଳା କେତେ?

ରତନ ଟାଟାଙ୍କ ନାଁରେ ଥିଲା ୧୦ହଜାର କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି । ରତନଙ୍କ ସମ୍ପତ୍ତିକୁ ଟାଟା ଫାଉଣ୍ଡେସନ, ଭାଇ ଜିମି ଟାଟା, ଭଉଣୀଙ୍କୁ ଦାନ କରାଯାଇଛି । ଘରୋଇ ସହାୟକ, ପୋଷା କୁକୁର ଓ ନିକଟତର ସର୍ମ୍ପକୀୟଙ୍କୁ ମଧ୍ୟ ଦାନ କରିଛନ୍ତି ।  ପୋଷା କୁକୁର ଟିଟୋର ଦେଖାଶୁଣାର ଦାୟିତ୍ୱ ନେବେ ବିଶ୍ବସ୍ତ ରୋଷେୟା ରାଜ୍ ଶା । ରତନଙ୍କ ଖାସ୍‌ ବନ୍ଧୁ ତଥା ଏଗଜିକ୍ୟୁଟିଭ୍‌ ଆସିଷ୍ଟାଣ୍ଟ ଶାନ୍ତନୁ ନାଇଡୁଙ୍କୁ ମଧ୍ୟ ସମ୍ପତ୍ତିରେ ଭାଗ ମିଳିଛି । ଟାଟା ନାଇଡୁଙ୍କ ପାଇଁ ଗୁଡଫେଲୋରେ ନିଜର ଷ୍ଟକ୍‌କୁ ଛାଡ଼ି ଦେଇଛନ୍ତି । ଖାଲି ସେତିକି ନୁହେଁ ରତନ
ଶାନ୍ତନୁଙ୍କ ସମସ୍ତ ଶିକ୍ଷା ଋଣ ଓ ବିଦେଶ ଶିକ୍ଷା ଅର୍ଥ ଛାଡ କରିଛନ୍ତି । 
 
ଅଲିବାଗ୍‌ରେ ୨,୦୦୦ବର୍ଗ ଫୁଟ୍‌ର ସି-ଫେସ୍‌ ବଙ୍ଗଳା, ମୁମ୍ୱାଇରେ ଜୁହୁ ତାରା ରୋଡ୍‌ରେ ଦୁଇ ମହଲା ଘର, ୩୫୦ କୋଟି ଟଙ୍କାରୁ ଅଧିକର ଫିକ୍ସ ଡିପୋଜିଟ୍‌, ଟାଟା ସନ୍ସରେ ୦.୮୩ ପ୍ରତିଶତ ଷ୍ଟକ୍‌, ଟାଟା ଗ୍ରୁପ୍‌ରେ ୧୬୫ ବିଲିୟନ ଡଲାରର ସମ୍ପତ୍ତି ସାମିଲ ଅଛି । ଟାଟା ସନ୍ସ ସେୟାର, ଟାଟା ମୋଟର୍ସ ସମେତ ଟାଟାର ଅନ୍ୟ କମ୍ପାନୀରେ ଥିବା ରତନଙ୍କ ଅଂଶଧନକୁ ସ୍ଥାନାନ୍ତର କରାଯିବ । ରତନ ଟାଟା ଏଣ୍ଡୋମେଣ୍ଟ ଫାଉଣ୍ଡେସକୁ ସ୍ଥାନାନ୍ତରିତ କରିଦିଆଯିବ ଅଂଶଧନ ।