କନକ ବ୍ୟୁରୋ: ଆଉ ନାହାଁନ୍ତି ଟାଟା ଗ୍ରୁପ ଅଧ୍ୟକ୍ଷ ରତନ ଟାଟା । ୮୬ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ବୁଧବାର ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ପରଲୋକ ଗମନ କରିଛନ୍ତି । ବୁଧବାର ରାତିରେ ହିଁ ତାଙ୍କ ପାର୍ଥୀବ ଶରୀରକୁ ତାଙ୍କ ବାସଭବନକୁ ନିଆଯାଇଛି । ଅନ୍ତିମ ଦର୍ଶନ ପାଇଁ ରତନଙ୍କ ପାର୍ଥୀବ ଶରୀରକୁ ମୁମ୍ବାଇ ନ୍ୟାସନାଲ ସେଣ୍ଟର ଫର ପରଫର୍ମିଙ୍ଗ ଆର୍ଟସ୍ ହଲରେ ରଖାଯିବ । ଆଜି ସକାଳ ୧୦ଟାରୁ ଦିନ ସାଢେ ୩ଟା ଯାଏଁ ଲୋକେ ତାଙ୍କ ଶେଷ ଦର୍ଶନ କରିପାରିବେ ।