କନକ ବ୍ୟୁରୋ : ବିକାଶ ପୁରୁଷଙ୍କ ଆବର୍ତ୍ତମାନରେ ଝୁରି ହେଉଛି ସାରା ଭାରତବର୍ଷ । ରତନ ଟାଟାଙ୍କ ମୃତ୍ୟୁ ପରେ ମୁରବୀ ଶୂନ୍ୟ ହୋଇଛି ଦେଶର ଶିଳ୍ପ ସାମ୍ରାଜ୍ୟ । ଆଜିର ଦିନରେ ଶିଳ୍ପପତି ମାନେ ବ୍ୟବସାୟ ଜରିଆରେ ନିଜର ବିକାଶ ଉପରେ ପ୍ରାଧାନ୍ୟ ଦେଉଛନ୍ତି । କିନ୍ତୁ ରତନ ଟାଟା ଏହାର ସମ୍ପୂର୍ଣ୍ଣ ଓଲଟା ଥିଲେ, ନିଜ ପୂର୍ବଜ ମାନଙ୍କୁ ଅନୁସରଣ କରି ରତନ ଟାଟା ନିଜର ବିକାଶ ଅପେକ୍ଷା ଦେଶ ତଥା ଦେଶବାସୀଙ୍କ ବିକାଶକୁ ଅଧିକ ଗୁରୁତ୍ବ ଦେଉଥିଲେ  । 

Advertisment

ଅଟୋମୋବାଇଲ୍ସ କ୍ଷେତ୍ରରେ ଆଣିଥିଲେ ବୈପ୍ଲବିକ ପରିବର୍ତ୍ତନ
ଦେଶବାସୀଙ୍କୁ ଭେଟି ଦେଇଥିଲେ ସବୁଠୁ ଶସ୍ତା କାର ‘ନାନୋ’
ବୁଡ଼ି ଯାଉଥିବା ଏୟାର ଇଣ୍ଡିଆକୁ ଦେଖାଇଥିଲେ ନୂଆ ଦିଶା

ଭାରତର କିମ୍ବଦନ୍ତୀ ଶିଳ୍ପପତି ରତନ ଟାଟା ଜଣେ ଦୂରଦର୍ଶୀ ଥିଲେ । ପ୍ରତିଟି ମୁହୂର୍ତ୍ତରେ ସେ ଦେଶର ସାଧାରଣ ଲୋକଙ୍କ ପାଇଁ ଚିନ୍ତା କରୁଥିଲେ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେ ନିଜ ବ୍ୟବସାୟକୁ ମଧ୍ୟ ଉତ୍ସର୍ଗ କରିଥିଲେ । ଏହିକ୍ରମରେ ସେ ବିଶ୍ବର ସବୁଠାରୁ ଶସ୍ତା କାର ଭାବେ ‘ନାନୋ’ ବଜାରକୁ ଆଣିଥିଲେ । ରତନ ଟାଟାଙ୍କର ଏହା ଡ୍ରିମ୍ ପ୍ରୋଜେକ୍ଟ ଥିଲା, ନାନୋ ଲଞ୍ଚ ହେବା ପରେ ଏହା ପ୍ରତ୍ୟେକ ମଧ୍ୟବିତ୍ତ ପରିବାରର ସ୍ୱପ୍ନ ପାଲଟିଥିଲା । 

ଚିନ୍ତାନାୟକ ରତନ ଟାଟା 
ଦେବାଳିଆ ପରିସ୍ଥିତିରେ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରି ସାଜିଥିଲେ ସଙ୍କଟମୋଚକ
ଫୋର୍ଡ ଅଧିଗ୍ରହଣରେ ପ୍ରଥମେ ହୋଇନଥିଲେ ସଫଳ 
ପରବର୍ତ୍ତୀ ସମୟରେ ଲ୍ୟାଣ୍ଡରୋଭର ଓ ଜାଗୁଆରକୁ ଅଧିଗ୍ରହଣ କରିଥିଲା ଟାଟା ଗ୍ରୁପ୍
ସ୍ଥଳସେନାର ସମସ୍ତ ପରିବହନ ଯାନର ନିର୍ମାଣରେ ଟାଟା କମ୍ପାନୀର ପ୍ରମୁଖ ଭାଗ ରହିଛି

ଜଣେ ରାଷ୍ଟ୍ରନିର୍ମାତା ରୂପେ ସବୁଦିନ ମନେ ରହିବେ ରତନ ଟାଟା । ଧନୀ ତାଲିକାରେ ଅନ୍ୟଙ୍କ ତୁଳନାରେ ସେ ବହୁ ପଛରେ ଥିଲେ ମଧ୍ୟ ଦେଶବାସୀଙ୍କ ପାଇଁ ଚିନ୍ତା ତାଙ୍କୁ ସଦାସର୍ବଦା ଅମର କରି ରଖିବ ।