କନକ ବ୍ୟୁରୋ: ଓଡ଼ିଶାର ଶିଳ୍ପାୟନ ଓ ଆର୍ଥିକ ପ୍ରଗତିରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପ୍ରମୁଖ ଅବଦାନ କହିଲେ, ଯାଜପୁର କଳିଙ୍ଗନଗରରେ ଟାଟା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା। ଏହା କେବଳ ରାଜ୍ୟର ଶିଳ୍ପୟନକୁ ଗତି ଦେଇନାହିଁ ବରଂ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି। ଏପରିକି ଆଖପାଖ ଅଞ୍ଚଳର ସାମାଜିକ ଓ ଆର୍ଥିକ ଉନ୍ନତିରେ ଏହି ଶିଳ୍ପ ପ୍ରକଳ୍ପର ପ୍ରମୁଖ ଅବଦାନ ରହିଛି। ଏହି ପ୍ରକଳ୍ପ ପ୍ରତିଷ୍ଠା କରି କେବଳ ବ୍ୟବସାୟରେ ସୀମିତ ନଥିଲା ଟାଟା ଗ୍ରୁପ। ବରଂ ପାରିପାର୍ଶ୍ୱିକ ଅଞ୍ଚଳରେ ସ୍କୁଲ, ହସ୍ପିଟାଲ ଓ ଦକ୍ଷତା ବିକାଶ କେନ୍ଦ୍ର ଖୋଲି ତାର ସାମାଜିକ ଦାୟିତ୍ୱ ବୋଧକୁ ନିର୍ବାହ କରିଥିଲା ଟାଟା ଗ୍ରୁପ। 

Advertisment

କଳିଙ୍ଗନଗର କାରଖାନା 
କଳିଙ୍ଗନଗରରେ ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ କାରଖାନା ସ୍ଥାପନ କରିଛି ଟାଟା 
ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ୨୭ ହଜାର କୋଟି ଟଙ୍କା ନିବେଶ କରିଛି କମ୍ପାନି
ବାର୍ଷିକ ଉତ୍ପାଦନ କ୍ଷମତା ୩ ମେଟ୍ରିକ ଟନରୁ ବଢ଼ି ହୋଇଛି ୮ ମେଟ୍ରିକ ଟନ୍‌
ମେରାମଣ୍ଡଳୀ ଓ ଗହ୍ମାରିଆରେ ମଧ୍ୟ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିଛି ଟାଟା ଗ୍ରୁପ୍‌

ବ୍ୟବସାୟ ଛଡ଼ା ଟାଟା ଟ୍ରଷ୍ଟ ଜରିଆରେ ଓଡ଼ିଶାରେ ଶିକ୍ଷାନୁଷ୍ଠାନ, ଦକ୍ଷତା ବିକାଶ କେନ୍ଦ୍ର ଓ ହସ୍ପିଟାଲ ଖୋଲି ନିଜର ସାମାଜିକ ଦାୟିତ୍ୱ ବୋଧକୁ ନିର୍ବାହ କରିଥିଲେ ରତନ ଟାଟା। ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ସହ ମିଶି କାମ କରୁଥିଲେ। 
ଓଡ଼ିଶା ସରକାରଙ୍କ ମହତ୍ୱାକାଂକ୍ଷୀ ଜାଗା ମିଶନ ପ୍ରକଳ୍ପରେ ସହଭାଗିତା ପାଇଁ ହାତ ମିଳାଇଥିଲେ ରତନ ଟାଟା। 

ଜାଗା ମିଶନ୍‌ 
ସହରୀ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଦେବା ପାଇଁ ରତନ ଟାଟାଙ୍କ ସହ ମିଳିତ ପ୍ରୟାସ କରିଥିଲେ ସରକାର
ରାଜ୍ୟରେ ୨ ହଜାର ୨୧୯ ବସ୍ତିକୁ ସ୍ଥାୟୀ କରିବାକୁ ଲକ୍ଷ୍ୟ ରଖିଥିଲେ ତତ୍କାଳୀନ ସରକାର
ଗଞ୍ଜାମ ଛତ୍ରପୁରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓ ରତନ ଟାଟା ମିଳିତ ଭାବେ ପଟ୍ଟା ବାଣ୍ଟିଥିଲେ
ଉଦ୍ଦେଶ୍ୟ ଥିଲା ସହରାଞ୍ଚଳ ଗରିବ ଲୋକଙ୍କ ଜୀବନଧାରଣରେ ଉନ୍ନତି ପାଇଁ ଜାଗା ଯୋଗାଇବା

କେବଳ ପ୍ରଚାର ପାଇଁ ତତ୍କାଳୀନ ବିଜେଡି ସରକାର ପଟ୍ଟା ବାଣ୍ଟିଥିବାବେଳେ ଜାଗା ମିଶନ ଅଧୁରା ରହିଯାଇଥିବା ଅଭିଯୋଗ ହେଉଛି। ସେହିପରି ଭୁବନେଶ୍ୱରରେ ଏକ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ନେଇ ରତନ ଟାଟାଙ୍କ ଉଦ୍ୟମ ମଧ୍ୟ ଫଳପ୍ରଦ ହୋଇପାରିଲା ନାହିଁ।