ଶିଳ୍ପପତି ରତନ ଟାଟାଙ୍କ ଅସୁସ୍ଥତା ନେଇ ଗୁଜବ ; ସୋସିଆଲ ମିଡିଆରେ ଆସିଲା ସତ ଖବର

Advertisment

ବିଶିଷ୍ଠ ଶିଳ୍ପପତି ରତନ ଟାଟାଙ୍କ ଖରାପ ସ୍ୱାସ୍ଥ୍ୟବସ୍ଥା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ମେଡିକାଲରେ ଭର୍ତ୍ତି ହୋଇଥିବା ନେଇ ଖବର ପ୍ରସାରଣ ପରେ ରଖିଲେ ସ୍ପଷ୍ଟୀକରଣ । କହିଲେ, ସ୍ୱାସ୍ଥ୍ୟବସ୍ଥାକୁ ନେଇ କରାଯାଉଛି ଗୁଜବ । ରୁଟିନ୍ ଚେକଅପ୍‌ ପାଇଁ ଯାଇଥିଲେ ହସ୍ପିଟାଲ

49ratan

କନକ ବ୍ୟୁରୋ: ବିଶିଷ୍ଠ ଶିଳ୍ପପତି ରତନ ଟାଟାଙ୍କ ଖରାପ ସ୍ୱାସ୍ଥ୍ୟବସ୍ଥା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ରତନ ଟାଟାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବାର ଚର୍ଚ୍ଚା। ରତନ ଟାଟା ଆଇସିୟୁରେ ଭର୍ତ୍ତି ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖିଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ଏତେ କଥା ଚିନ୍ତା କରୁଥିବାରୁ ଧନ୍ୟବାଦ ଜଣାଇଛନ୍ତି । ରତନ ଟାଟା ଆହୁରି ମଧ୍ୟ କହିଛନ୍ତି, ସେ ଅସୁସ୍ଥ ଥିବା ମିଥ୍ୟା ଖବର ପ୍ରଚାର କରାଯାଉଛି।  ସେ କେବଳ ରୁଟିନ୍ ଚେକ ଅପ୍ ପାଇଁ ହସ୍ପିଟାଲ ଯାଇଥିଲେ । ଏବେ ସେ ସୁସ୍ଥ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe