ପରଲୋକରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା ; ଭାରତୀୟ ଶିଳ୍ପ ଜଗତ ପାଇଁ ଅପୂରଣୀୟ କ୍ଷତି

ପରଲୋକରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା । ୮୬ ବର୍ଷ ବୟସରେ ଆଖି ବୁଜିଲେ ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ । ମୁମ୍ବାଇର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । ଭାରତୀୟ ଶିଳ୍ପ ଜଗତ ପାଇଁ ଅପୂରଣୀୟ କ୍ଷତି

266666666

କନକ ବ୍ୟୁରୋ:ଅମୂଲ୍ୟ ରତ୍ନ ହରାଇଲା ଭାରତ । ଆଉ ନାହାଁନ୍ତି ବିଶିଷ୍ଟ ଶିଳ୍ପପତି ରତନ ନାଭାଲ ଟାଟା । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି ପରୋପକାରୀ ଓ ସମାଜସେବୀ ବ୍ୟକ୍ତିତ୍ୱ । 

ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରତନ ଟାଟା । ହେଲେ ବୁଧବାର ରାତିରେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ଭାରତୀୟ ଶିଳ୍ପ ଜଗତକୁ ବଡ଼ ଝଟକା ଦେଇଛି । ରତନ ଟାଟା ଏକାଧାରରେ ଥିଲେ ଜଣେ ଶିଳ୍ପପତି ଓ ବଦାନ୍ୟ ବ୍ୟକ୍ତି । ବ୍ୟବସାୟ ସହ ସମାଜର କିଭଳି ଦାୟିତ୍ବ ନିଆଯାଏ ତାହା ସେ ଶିଳ୍ପ ଜଗତକୁ ଶିଖାଇଥିଲେ। ଭାରତୀୟ ଉଦ୍ୟୋଗକୁ ବିଶ୍ୱ ମଞ୍ଚରେ ପ୍ରତିଷ୍ଠିତ ଓ ଉପସ୍ଥାପିତ କରିବାରେ ଟାଟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିଛି ସାରା ଦେଶ ଓ ବିଶ୍ୱ । 

ଦୀର୍ଘ୨ ଦଶନ୍ଧି ଧରି ସେ ଟାଟା ଗ୍ରୁପର ଚେୟାରମ୍ୟାନ୍ ଭାବେ କାର୍ଯ୍ୟ କରିଥିଲେ । ୨୦୧୨ରେ ୭୫ ବର୍ଷ ବୟସରେ ସେ ଅବସର ନେଇଥିଲେ । ଖାସ୍ କଥା ହେଉଛି ତାଙ୍କ ନାଁରେ କୌଣସି ବିବାଦ ସହ ଯୋଡି ହୋଇନଥିଲା । ନିଜର ଦୂରଦୃଷ୍ଟି, କଠିନ ପରିଶ୍ରମ ବଳରେ ସେ ଏକ ପାରିବାରିକ ବ୍ୟବସାୟକୁ ଆନ୍ତର୍ଜାତିକ ସାମ୍ରାଜ୍ୟରେ ପରିଣତ କରିଛନ୍ତି । ରତନ ଟାଟା କେବଳ ଜଣେ ବ୍ୟବସାୟୀ ନୁହଁନ୍ତି, କିନ୍ତୁ ଜଣେ ସରଳ, ଦୟାଳୁ ଓ ଉଦାର ମଣିଷ, ସେ ଲୋକମାନଙ୍କ ପାଇଁ ଆଦର୍ଶ ଏବଂ ପ୍ରେରଣାର ଉତ୍ସ ମଧ୍ୟ ଥିଲେ। ତାଙ୍କ ପରଲୋକ ଦେଶକୁ ଆଣି ଦେଇଛି ଅପୂରଣୀୟ କ୍ଷତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe