କନକ ବ୍ୟୁରୋ: ଦିନେ ରତନ ଟାଟାଙ୍କୁ ବି ହେଇଥିଲା ପ୍ରେମ । ହେଲେ ପ୍ରେମର ଆରମ୍ଭ ହେଉ ହେଉ କିନ୍ତୁ, ତାହା ଅଧୁରା ରହିଯାଇଥିଲା । ତାଙ୍କ ପ୍ରେମିକାଙ୍କୁ ସେ ସିନା ସେ ଦିନ ପାଇ ପାରିନଥିଲେ, ହେଲେ ସାରା ଜୀବନ କିନ୍ତୁ ରହିଯାଇଥିଲେ ଅବିବାହିତ । ଯାହା ଆଜି ବି ଅନେକଙ୍କୁ ଅଜଣା ଥିବ ।

Advertisment

ରତନ ଟାଟାଙ୍କ ଏହି ପ୍ରେମ କାହାଣୀ, ସେ ନିଜେ ହିଁ ଲୋକଲୋଚନକୁ ଆଣିଥିଲେ । ଗୋଟିଏ କମ୍ପାନୀରେ ଚାକିରି କରିବା ସମୟରେ ରତନ ଟାଟା ଜଣେ ଝିଅଙ୍କୁ ଲସ୍ ଆଞ୍ଜେଲେସରେ ଭଲ ପାଇ ବସିଥିଲେ । ଆଉ ଖୁବଶୀଘ୍ର ବିବାହ ମଧ୍ୟ କରିବାକୁ ଯାଉଥିଲେ । ହେଲେ ଏହି ସମୟରେ ତାଙ୍କ ଜେଜେ ମାଆଙ୍କ ଦେହ ଖରାପ, ତାଙ୍କୁ ଭାରତ ଫେରେଇ ଆଣିଥିଲା । ଜେଜେ ମାଆଙ୍କ ଖରାପ ସ୍ୱାସ୍ଥ୍ୟ ପାଇଁ ଲସ୍ ଆଞ୍ଜେଲସରୁ ଭାରତ ଚାଲିଆସିଥିଲେ ରତନ ଟାଟା । ହେଲେ ଏହି ସମୟରେ ଭାରତ- ଚୀନ ଯୁଦ୍ଧ ପାଇଁ କିନ୍ତୁ ରତନ ଟାଟାଙ୍କ ପ୍ରେମିକା ଭାରତ ଆସିପାରିନଥିଲେ । ଆଉ ରତନଙ୍କ ବାପା ମାଆ ମଧ୍ୟ ଏହି ବିବାହ ସପକ୍ଷରେ ନଥିଲେ । ଯେଉଁ କାରଣରୁ ଅଧୁରା ରହିଯାଇଥିଲା ରତନ ଟାଟାଙ୍କ ପ୍ରେମ କାହାଣୀ ।

ପ୍ରେମ ସିନା ଅଧୁରା ରହିଯାଇଥିଲା । ହେଲେ ସବୁଦିନ ପାଇଁ ଅବିବାହିତ ରହିବା ସହ, ନିଜ ପ୍ରେମକୁ ଅମର କରିଦେଇଥିଲେ ରତନ ଟାଟା । ନିଜ ମନର ମାନସୀଙ୍କୁ ସେ ସିନ ସବୁଦିନ ପାଇଁ ପାଇ ପାରିନଥଲେ । ହେଲେ ଶିଳ୍ପ ଜଗତରେ ସେ ଛୁଇଁଥିଲେ ସଫଳତାର ଆକାଶ । ତାଙ୍କରି ନେତୃତ୍ୱରେ ହିଁ ଟାଟା ଗ୍ରୁପ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିଲା ।

ରତନ ଟାଟା ତାଙ୍କର ଏହି ପ୍ରେମ କାହାଣୀକୁ ତାଙ୍କର ମ୍ୟାନେଜର ଶାନ୍ତନୁଙ୍କ ଗୋଟିଏ ଷ୍ଟାର୍ଟଅପ୍ ଓପନିଂ ସମୟରେ ଖୁଲାସା କରିଥିଲେ । ସେ କହିଥିଲେ, ଆପଣ ଜାଣିନାହାଁନ୍ତି, ଏକା ରହିବା କେମିତି ଲାଗେ । ଯେ ପର୍ଯ୍ୟନ୍ତ ଆପଣ ଏକାକୀ ସମୟ ବିତେଇବାକୁ ବାଧ୍ୟ ହେଇନାହାଁନ୍ତି, ସେ ପର୍ଯ୍ୟନ୍ତ ଆପଣ ଏହା ଅନୁଭବ କରିପାରିବେନି ବୋଲି କହିଥିଲେ ରତନ ଟାଟା । ଆଜି ରତନ ଟାଟାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରୁଛି ସାରା ଦେଶ । ଖାଲି ଦେଶ ତ ନୁହେଁ, ସାରା ବିଶ୍ୱ ରତନଙ୍କ ଏହି ବିୟୋଗରେ ଲୁହ ଝରାଉଛି । ତେବେ ଶେଷରେ ଏତିକି କହିବୁ, ଆପଣ ମନେ ରହିବେ ରତନ....

#ଅଧା_ରହିଗଲା_ପ୍ରେମ_କାହାଣୀ #ପ୍ରେମିକାଙ୍କୁ_ବିବାହ_କରିପାରିନଥିଲେ_ରତନ_ଟାଟା ଶିଳ୍ପ ସଫଳ, ପ୍ରେମରେ ବିଫଳ । ଅଧା ରହିଗଲା ରତନ ଟାଟାଙ୍କ...

Posted by Kanak News on Thursday, October 10, 2024