ରତନ ଟାଟାଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର । ଶେଷ ଦର୍ଶନ ପାଇଁ ବାସଭବନରେ ପ୍ରବଳ ଭିଡ

Advertisment

ଶିଳ୍ପରତ୍ନଙ୍କୁ ଶେଷ ସମ୍ମାନ । ମୁମ୍ବାଇରେ ରତନ ଟାଟା ବାସଭବନରେ ଦିଆଯାଇଛି ରାଷ୍ଟ୍ରୀୟ ମର୍ଯ୍ୟାଦା । ମୁମ୍ବାଇ ପୁଲିସ ପକ୍ଷରୁ ଦିଆଯାଇଛି ଗାର୍ଡ ଅଫ୍ ଅନର ।

ଶିଳ୍ପରତ୍ନଙ୍କୁ ଶେଷ ସମ୍ମାନ । ମୁମ୍ବାଇରେ ରତନ ଟାଟା ବାସଭବନରେ ଦିଆଯାଇଛି ରାଷ୍ଟ୍ରୀୟ ମର୍ଯ୍ୟାଦା । ମୁମ୍ବାଇ ପୁଲିସ ପକ୍ଷରୁ ଦିଆଯାଇଛି ଗାର୍ଡ ଅଫ୍ ଅନର ।

Ratan

କନକ ବ୍ୟୁରୋ : ଶିଳ୍ପରତ୍ନଙ୍କୁ ଶେଷ ସମ୍ମାନ । ମୁମ୍ବାଇରେ ରତନ ଟାଟା ବାସଭବନରେ ଦିଆଯାଇଛି ରାଷ୍ଟ୍ରୀୟ ମର୍ଯ୍ୟାଦା । ମୁମ୍ବାଇ ପୁଲିସ ପକ୍ଷରୁ ଦିଆଯାଇଛି ଗାର୍ଡ ଅଫ୍ ଅନର । ଶେଷ ଦର୍ଶନ ଲାଗି ବାସଭବନ ଆଗରେ ଲୋକଙ୍କ ପ୍ରବଳ ଭିଡ଼ ଜମିଛି । ଦେଶର ଏହି ମହାନ ଶିଳ୍ପପତିଙ୍କ କିପରି ଟିକିଏ ଝଲକ ପାଇବେ, ସେଥିପାଇଁ ଚାହିଁ ରହିଛନ୍ତି । କେବଳ ସାଧାରଣ ଲୋକେ ବହୁ ବଡ଼ ବ୍ୟକ୍ତିତ୍ବ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଛୁଟି ଆସିଛନ୍ତି । 

ବୁଧବାର ବିଳମ୍ବିତ ରାତିରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଆଖି ବୁଜିଛନ୍ତି ରତନ ଟାଟା । ତାଙ୍କ ଦେହାନ୍ତ ଭାରତୀୟ ଶିଳ୍ପ ଜଗତକୁ ବଡ଼ ଝଟକା ଦେଇଛି । ରତନ ଟାଟା ଏକାଧାରରେ ଥିଲେ ଜଣେ ଶିଳ୍ପପତି ଓ ବଦାନ୍ୟ ବ୍ୟକ୍ତି । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଟାଟା ଗ୍ରୁପର ଚେୟାରମ୍ୟାନ୍ ଭାବେ କାର୍ଯ୍ୟ କରିଥିଲେ । ରତନ ଟାଟା କେବଳ ଜଣେ ବ୍ୟବସାୟୀ ନୁହନ୍ତି, କିନ୍ତୁ ଜଣେ ସରଳ, ଦୟାଳୁ ଓ ଉଦାର ମଣିଷ, ସେ ଲୋକମାନଙ୍କ ପାଇଁ ଆଦର୍ଶ ଏବଂ ପ୍ରେରଣାର ଉତ୍ସ ମଧ୍ୟ ଥିଲେ । ତାଙ୍କ ପରଲୋକ ଦେଶକୁ ଆଣି ଦେଇଛି ଅପୂରଣୀୟ କ୍ଷତି । ରତନ ଟାଟାଙ୍କ ବିୟୋଗରେ ଦେଶବ୍ୟାପୀ ଶୋକ । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe