କନକ ବ୍ୟୁରୋ : ରସୁଲଗଡ ହତ୍ୟାକାଣ୍ଡ ଘଟଣାରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ । କହିଲେ, ତାଙ୍କୁ ଆଗରୁ ଧମକ ଦେଇଥିଲେ ମୁଣ୍ଡ କାଟି ଦେବେ ବୋଲି ଆଉ ଆଜି ତାଙ୍କୁ ମାରି ଦେଇଛନ୍ତି । କାନ୍ଦି କାନ୍ଦି ଗୁରୁତର ଅଭିଯୋଗ ଆଣି ଅଭିଯୁକ୍ତଙ୍କ ବାବଦରେ ବଖାଣିଛନ୍ତି ମୃତକଙ୍କ ପତ୍ନୀ । 

Advertisment

ତେବେ ବ୍ରାଉନସୁଗାର ବେପାର ନେଇ ମୁହଁ ଖୋଲିଛନ୍ତି ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କ ପତ୍ନୀ । ହତ୍ୟାକାଣ୍ଡକୁ ନେଇ ତାଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଛି । 

ନିଜ ସାହିର ରମା ନାୟକ, ସତ୍ୟ, ଦିଲୁ ନାୟକ, ସୁସେଇ ନାୟକ ଓ ଅନ୍ୟ ଚାରି ପାଞ୍ଚ ଜଣ ମିଶିକି ହତ୍ୟା କରିଥିବା ସଂଘାତିକ ଅଭିଯୋଗ କରିଛନ୍ତି। ସକାଳୁ ଝିଅକୁ ସ୍କୁଲ ଛାଡିବାକୁ ବାହାରିଥିଲେ ସହଦେବ। ସ୍କୁଲରେ ଝିଅକୁ ଛାଡି ଫେରିବା ବାଟରେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ରସୁଲଗଡ଼ରୁ ବାଣୀବିହାର ବିହାର ରାସ୍ତାରେ ଯୁବକଙ୍କ ମୁଣ୍ଡ କାଟିଦେଇଛନ୍ତି ହତ୍ୟାକାରୀ । ତାଙ୍କୁ ବାଇକରେ ଗୋଡେଇ ଗୋଡେଇ ନିର୍ମମ ଭାବେ ହତ୍ୟା କରାଯାଇଛି। 

ତେବେ ସକାଳ ୭ଟା ୧୫ରୁ ସାଢ଼େ ୭ଟା ଭିତରେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ସ୍କୁଟିରେ ଘରକୁ ଫେରୁଥିବାବେଳେ ୪ରୁ ୫ ଜଣ ସୈତାନ ଖଣ୍ଡାରେ ହାଣି ତାଙ୍କୁ ହତ୍ୟା କରିଛନ୍ତି। ଆଉ ହତ୍ୟା କରି ଫେରାର ହେବାର ଭିଡିଓ ଏବେ ସାମ୍ନାକୁ ଆସିଛି । ହତ୍ୟା ପରେ ଗୋଟେ ବ୍ୟାଗରେ ଦୁର୍ବୃତ୍ତମାନେ ଖଣ୍ଡା ପୂରାଇ ନେଉଥିବା ସନ୍ଦେହ କରାଯାଉଛି ।