କନକ ବ୍ୟୁରୋ: ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ। ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । କଟକ ଗତିରାଉତପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ।

Advertisment

ଗତିରାଉତପାଟଣା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ଅଧିବେଶନରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବେ ଭାଗବତ। ଆରଏସଏସ ମୁଖ୍ୟଙ୍କ ଗସ୍ତକୁ ନଜରରେ ରଖି କଟକ ଗତିରାଉତପାଟଣାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୧୬ ତାରିଖ ଅପରାହ୍ଣରେ ଦିଲ୍ଲୀ ଫେରିଯିବେ ମୋହନ ଭାଗବତ ।