ସରିଲା ବିଜୟ-ରଶ୍ମିକାଙ୍କ ନିର୍ବନ୍ଧ ! ଏହି ଦିନ କରିବେ ବିବାହ , ଶୁଭେଚ୍ଛା ଜଣାଇଲେଣି ପ୍ରଶଂସକ

Advertisment

ଅନେକ ବର୍ଷରୁ ପ୍ରେମ ସମ୍ବନ୍ଧରେ ରହିବା ପରେ ଉଭୟ ଚୁପଚାପ୍ ନିର୍ବନ୍ଧ କରିଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି ।

ଅନେକ ବର୍ଷରୁ ପ୍ରେମ ସମ୍ବନ୍ଧରେ ରହିବା ପରେ ଉଭୟ ଚୁପଚାପ୍ ନିର୍ବନ୍ଧ କରିଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି ।

vijay rasmika

vijay rasmika Photograph: (kanakNews)

କନକ ବ୍ୟୁରୋ : ପ୍ରଥମେ ଟଲିଉଡ୍ ଏବଂ ପରେ ବଲିଉଡରେ ନିଜ ଅଭିନୟର ଯାଦୁ ଦେଖାଇଥିବା କ୍ୟୁଟ୍ କପଲ୍ ଅଭିନେତା ବିଜୟ ଦେବରାକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି । ଅନେକ ବର୍ଷରୁ ପ୍ରେମ ସମ୍ବନ୍ଧରେ ରହିବା ପରେ ଉଭୟ ଚୁପଚାପ୍ ନିର୍ବନ୍ଧ କରିଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି । ଉଭୟଙ୍କୁ ନେଇ ପ୍ରଶଂସକ ମଧ୍ୟ ଖୁବ୍ ଖୁସି ଅଛନ୍ତି । ସୋସିଆଲ୍ ମିଡିଆରେ ଦୁହିଁଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । 

Vijay-devarakonda
Vijay-devarakonda Photograph: (google)

ଆପଣଙ୍କୁ କହିରଖୁଛୁ ଯେ ରଶ୍ମିକା ଏବଂ ବିଜୟ ଏକାଠି ସିନେମା ‘ଗୀତା ଗୋବିନ୍ଦମ୍’ ରେ ନଜର ଆସିଥିଲେ । ଅନେକ ବର୍ଷ ଧରି ଉଭୟ ପରସ୍ପରକୁ ଡେଟ୍ କରୁଥିଲେ ମଧ୍ୟ ଅଫିସିଆଲ୍ ଘୋଷଣା କରିନଥିଲେ । କିନ୍ତୁ ନିକଟରେ ଏକ ସାକ୍ଷାତକାରରେ ଉଭୟ ରିଲେସନସିପରେ ଥିବା ଜଣା ପଡ଼ିଥିଲା । ଅନେକ ସମୟରେ ଦୁହିଁଙ୍କୁ ଏକାଠି ଛୁଟି କାଟୁଥିବାର ଏବଂ ଡେଟ୍ କରୁଥିବାର ଦେଖାଯାଉଛି । ତେବେ ବର୍ତ୍ତମାନ ଦୁହିଁଙ୍କ ନିର୍ବନ୍ଧର ଖବର ସମସ୍ତଙ୍କୁ ଖୁସି କରିଦେଇଛି । ଖବର ଆସୁଛି ଯେ ବିଜୟଙ୍କ ଘରେ ଅକ୍ଟୋବର ୩ ତାରିଖରେ ନିର୍ବନ୍ଧ ଶେଷ ହୋଇଛି । ନିର୍ବନ୍ଧରେ କେବଳ ବନ୍ଧୁ ଏବଂ ପରିବାର ଲୋକେ ଉପସ୍ଥିତ ଥିଲେ । ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆସନ୍ତା ବର୍ଷ ଫେବୃଆରୀ ୨୦୨୬ ରେ ଉଭୟ ବିବାହ କରିବେ । ଉଭୟ ଡେଷ୍ଟିନେସନ୍ ୱେଡିଂ କରିବେ ବୋଲି ସୂଚନା ମିଳୁଛି । 

Is-Rashmika
Is-Rashmika Photograph: (google)

ତେବେ ଏହି ପ୍ରେମପକ୍ଷୀ କେବଳ ‘ଗୀତା ଗୋବିନ୍ଦମ୍’ ନୁହେଁ ‘ଡିଅର୍ କମ୍ରେଡ୍’ ରେ ମଧ୍ୟ ଏକାଠି ନଜର ଆସିଥିଲେ । ଗତ କିଛି ଦିନ ତଳେ ରଶ୍ମିକା ଦୁବାଇରୁ ଫେରିବା ସମୟରେ ଆଙ୍ଗୁଠିରେ ନିର୍ବନ୍ଧ ମୁଦି ପିନ୍ଧିଥିବାର ନଜର ଆସିଥିଲେ । ସେତେବେଳେ ମଧ୍ୟ ପ୍ରଶଂସକ ଅନୁମାନ ଲଗାଇଥିଲେ ଯେ ବିଜୟ ଏବଂ ରଶ୍ମିକାଙ୍କର ନିର୍ବନ୍ଧ ହୋଇସାରିଛି କିନ୍ତୁ ଏହା ସତ ନଥିଲା । ତେବେ ବର୍ତ୍ତମାନ ପ୍ରଶଂସକ ଉଭୟଙ୍କୁ ନିର୍ବନ୍ଧର ଫଟୋ ସେୟାର କରିବାକୁ ସୋସିଆଲ୍ ମିଡିଆରେ ନିବେଦନ କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe