କନକ ବ୍ୟୁରୋ : ପ୍ରଥମେ ଟଲିଉଡ୍ ଏବଂ ପରେ ବଲିଉଡରେ ନିଜ ଅଭିନୟର ଯାଦୁ ଦେଖାଇଥିବା କ୍ୟୁଟ୍ କପଲ୍ ଅଭିନେତା ବିଜୟ ଦେବରାକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି । ଅନେକ ବର୍ଷରୁ ପ୍ରେମ ସମ୍ବନ୍ଧରେ ରହିବା ପରେ ଉଭୟ ଚୁପଚାପ୍ ନିର୍ବନ୍ଧ କରିଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି । ଉଭୟଙ୍କୁ ନେଇ ପ୍ରଶଂସକ ମଧ୍ୟ ଖୁବ୍ ଖୁସି ଅଛନ୍ତି । ସୋସିଆଲ୍ ମିଡିଆରେ ଦୁହିଁଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
/filters:format(webp)/kanak/media/media_files/2025/10/05/vijay-devarakonda-2025-10-05-17-42-56.jpg)
ଆପଣଙ୍କୁ କହିରଖୁଛୁ ଯେ ରଶ୍ମିକା ଏବଂ ବିଜୟ ଏକାଠି ସିନେମା ‘ଗୀତା ଗୋବିନ୍ଦମ୍’ ରେ ନଜର ଆସିଥିଲେ । ଅନେକ ବର୍ଷ ଧରି ଉଭୟ ପରସ୍ପରକୁ ଡେଟ୍ କରୁଥିଲେ ମଧ୍ୟ ଅଫିସିଆଲ୍ ଘୋଷଣା କରିନଥିଲେ । କିନ୍ତୁ ନିକଟରେ ଏକ ସାକ୍ଷାତକାରରେ ଉଭୟ ରିଲେସନସିପରେ ଥିବା ଜଣା ପଡ଼ିଥିଲା । ଅନେକ ସମୟରେ ଦୁହିଁଙ୍କୁ ଏକାଠି ଛୁଟି କାଟୁଥିବାର ଏବଂ ଡେଟ୍ କରୁଥିବାର ଦେଖାଯାଉଛି । ତେବେ ବର୍ତ୍ତମାନ ଦୁହିଁଙ୍କ ନିର୍ବନ୍ଧର ଖବର ସମସ୍ତଙ୍କୁ ଖୁସି କରିଦେଇଛି । ଖବର ଆସୁଛି ଯେ ବିଜୟଙ୍କ ଘରେ ଅକ୍ଟୋବର ୩ ତାରିଖରେ ନିର୍ବନ୍ଧ ଶେଷ ହୋଇଛି । ନିର୍ବନ୍ଧରେ କେବଳ ବନ୍ଧୁ ଏବଂ ପରିବାର ଲୋକେ ଉପସ୍ଥିତ ଥିଲେ । ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆସନ୍ତା ବର୍ଷ ଫେବୃଆରୀ ୨୦୨୬ ରେ ଉଭୟ ବିବାହ କରିବେ । ଉଭୟ ଡେଷ୍ଟିନେସନ୍ ୱେଡିଂ କରିବେ ବୋଲି ସୂଚନା ମିଳୁଛି ।
/filters:format(webp)/kanak/media/media_files/2025/10/05/is-rashmika-2025-10-05-17-43-33.jpg)
ତେବେ ଏହି ପ୍ରେମପକ୍ଷୀ କେବଳ ‘ଗୀତା ଗୋବିନ୍ଦମ୍’ ନୁହେଁ ‘ଡିଅର୍ କମ୍ରେଡ୍’ ରେ ମଧ୍ୟ ଏକାଠି ନଜର ଆସିଥିଲେ । ଗତ କିଛି ଦିନ ତଳେ ରଶ୍ମିକା ଦୁବାଇରୁ ଫେରିବା ସମୟରେ ଆଙ୍ଗୁଠିରେ ନିର୍ବନ୍ଧ ମୁଦି ପିନ୍ଧିଥିବାର ନଜର ଆସିଥିଲେ । ସେତେବେଳେ ମଧ୍ୟ ପ୍ରଶଂସକ ଅନୁମାନ ଲଗାଇଥିଲେ ଯେ ବିଜୟ ଏବଂ ରଶ୍ମିକାଙ୍କର ନିର୍ବନ୍ଧ ହୋଇସାରିଛି କିନ୍ତୁ ଏହା ସତ ନଥିଲା । ତେବେ ବର୍ତ୍ତମାନ ପ୍ରଶଂସକ ଉଭୟଙ୍କୁ ନିର୍ବନ୍ଧର ଫଟୋ ସେୟାର କରିବାକୁ ସୋସିଆଲ୍ ମିଡିଆରେ ନିବେଦନ କରୁଛନ୍ତି ।