କନକ ବ୍ୟୁରୋ:  ଜଳବାୟୁ ପରିବର୍ତ୍ତନ ନେଇ ପୂରା ବିଶ୍ୱ  ଚିନ୍ତାରେ ଥିବା ବେଳେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି । ମରୁଭୂମିରେ ସୃଷ୍ଟି ହୋଇଛି ବନ୍ୟା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ସବୁଠୁ ବଡ଼ ମରୁଭୂମି ସାହାରାରେ ବନ୍ୟା ଦେଖିବାକୁ ମିଳିଛି । ୫୦ ବର୍ଷ ପରେ ଏଭଳି ଘଟଣା ଘଟିଛି । ନାଶା ପକ୍ଷରୁ ଭିଡିଓ ଜାରି କରାଯାଇଛି । ମରୁଭୂମିର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ଚିତ୍ରରେ ଦେଖିବାକୁ ମିଳିଛି । ଯେଉଁଠି ପାଣି ଠୋପେ ମିଳିବା କଷ୍ଟକର, ସେଠାରେ ବନ୍ୟା ସୃଷ୍ଟି ହେବା ପରେ ପରିବେଶବିତ୍ ଓ ବୈଜ୍ଞାନିକମାନେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି ।