କନକ ବ୍ୟୁରୋ: ନୂଆ ଜୀବନ ପାଇଲେ ମହିଳା । ୧୫ କେଜିର ଏକ ଟ୍ୟୁମର ଅପରେସନ୍ ସଫଳ ହୋଇଛି । ଏପରି ଏକ ବିରଳ ଅପରେସନ୍ ସଫଳ ହୋଇଛି କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ । ୨ ଡାକ୍ତରଙ୍କ ସମେତ ପୁରା ଟିମ୍ ଦୀର୍ଘ ୮ ଘଣ୍ଟା ଧରି ଏହି ଅପରେସନ୍ କରିବା ପରେ ଟ୍ୟୁମର କାଢିବାକୁ ସଫଳ ହୋଇଥିଲେ । ଅପରେସନ୍ ପରେ ମହିଳା ଜଣକ ସୁସ୍ଥ ଥିବା କହିଛନ୍ତି ଡାକ୍ତର । ମହିଳା ଜଣକ ହେଉଛନ୍ତି ଜୟପୁରର ବାସିନ୍ଦା । ପୂର୍ବରୁ ଟ୍ୟୁମର ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସଦହ ଯନ୍ତ୍ରଣା ଭୋଗୁଥିବାବେଳେ ଅପରେସନ୍ ପରେ ମହିଳା ଜଣକୁ ନିଜକୁ ପୁରା ସୁସ୍ଥ ମନେ କରୁଛନ୍ତି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି ।
ମହିଳାଙ୍କ ପେଟରୁ ବାହାରିଲା ୧୫ କେଜିର ଟ୍ୟୁମର ! ଅସ୍ତ୍ରୋପଚାର ପରେ ମହିଳା ପାଇଲେ ନୂଆ ଜୀବନ
ନୂଆ ଜୀବନ ପାଇଲେ ମହିଳା, ପେଟରୁ ବାହାରିଲା ୧୫ କେଜିର ଟ୍ୟୁମର । କୋରାପୁଟ ସହୀଦ ଲକ୍ଷ୍ମଣ ନାଏକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରୀ ଦଳଙ୍କୁ ସଫଳତା । ୮ଜଣିଆ ଟିମଙ୍କ ଦୁଇ ଘଣ୍ଟାର ଅସ୍ତ୍ରୋପଚାର ପରେ ସୁସ୍ଥ ହେଲେ ମହିଳା ।
/kanak/media/media_files/2024/11/08/XPfCmcSnrL5mF0jxKQWG.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)