କନକ ବ୍ୟୁରୋ: ଭୁବନେଶ୍ବରରେ ବିରଳ ଲିଗାମେଣ୍ଟ ସର୍ଜରୀ । ଅର୍ଥପେଡିକ୍ ସର୍ଜନ ତଥା ସ୍ପୋର୍ଟ୍ସ ମେଡିସିନ ଏକ୍ସପର୍ଟ ଡକ୍ଟର ସାର୍ଥକ ପଟ୍ଟନାୟକ ଜଣେ ୨୫ ବର୍ଷିୟ ମହିଳାଙ୍କ ଗୋଡରେ ଏଭଳି ଅସ୍ତ୍ରୋପଚାର କରିଛନ୍ତି । ବିକଶିତ ସର୍ଜରୀ ଦ୍ବାରା ମହିଳାଙ୍କ ଆଣ୍ଠୁରେ କୃତ୍ରିମ ଲିଗାମେଣ୍ଟ ଲଗାଯାଇଛି । ୧୩୫ କିଲୋ ଓଜନର ମହିଳାଙ୍କ ଆଣ୍ଠୁରେ ସୁକ୍ଷ୍ମ ଏସିଏଲ ଟିସୁର ମଧ୍ୟ ଚିକିତ୍ସା କରାଯାଇଛି । ଏହାଦ୍ବାରା ତାଙ୍କ ଲିଗାମେଣ୍ଟ ଚାରିଆଡକୁ ସ୍ଥିରତାର ସହ ବୁଲିପାରିବ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଅସ୍ତ୍ରୋପଚାର କରିଛନ୍ତି ଡାକ୍ତର ସାର୍ଥକ ପଟ୍ଟନାୟକ । ଏଭଳି ଅସ୍ତ୍ରୋପଚାର ଖେଳାଳିମାନଙ୍କର କରାଯାଇଥାଏ । ଫଳରେ ସେମାନେ ଶୀଘ୍ର ଖେଳାଖେଳି କରିପାରନ୍ତି । ଭୁବନେଶ୍ବର ଆସିଥିବା ଉତ୍ତରପ୍ରଦେଶର ଗୁରୁଗ୍ରାମର ଜଣେ ମହିଳାଙ୍କ ଆଣ୍ଠୁରେ ସଫଳ ସର୍ଜରୀ ହୋଇଛି । ସେ ‘ମେନିସିଅସ୍ ଟିୟର’ ରୋଗରେ ପିଡ଼ିତ ଥିଲେ । କେବଳ ଓଡ଼ିଶା ନୁହେଁ ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଆର୍ଥ୍ରୋସ୍କୋପିକ୍ ପ୍ରକ୍ରିୟା ଦ୍ବାରା ଏଭଳି ବିରଳ ଅସ୍ତ୍ରୋପଚାର ହୋଇଛି ।

Advertisment