କନକ ବ୍ୟୁରୋ: ବ୍ଲଡ ଗ୍ରୁପ୍,A+, B+, AB+ ,O+, O- ଏସବୁ ବାବଦରେ ସମସ୍ତେ ଜାଣିଥିବେ । ହେଲେ ’ସିଆରଆଇବି’ ବ୍ଲଡ ଗ୍ରୁପ୍ ନାଁ ଶୁଣିଛନ୍ତି କି ? ହେଲେ ଏଭଳି ଏକ ବ୍ଲଡ ଗ୍ରୁପର ସନ୍ଧାନ ମିଳିଛି । ବେଙ୍ଗାଳୁରୁରେ ଜଣେ ମହିଳାଙ୍କଠାରେ ଏହି ରକ୍ତ ଗ୍ରୁପ ଥିବା ଜଣାପଡ଼ିଛି । ଏହା ବିଶ୍ବର ବିରଳତମ ବ୍ଲଡ ଗ୍ରୁପ୍ ।

Advertisment

ସିଆରଆଇବି ଏବିଓ ଓ ଆରଏଚ  ଭଳି ବର୍ତ୍ତମାନର ପ୍ରମୁଖ ପ୍ରଣାଳୀ ବାହାରେ ଚିହ୍ନଟ ନୂଆ ବ୍ଲଡ ଗ୍ରୁପ୍ ।  ଏହାର ସମ୍ପୂର୍ଣ୍ଣ ନା  କ୍ରୋମୋଜୋମ୍ ଆଇଡେଣ୍ଟିଫାଏଡ୍ ଆଜ୍ ବ୍ଲଡ ଗ୍ରୁପ୍ । ସିଆରଆଇବି ବୈଶିଷ୍ଟ୍ୟ ହେଉଛି ଅଧିକାଂଶ ଲୋକଙ୍କ ଠାରେ ଥିବା ଉଚ୍ଚ ପ୍ରଚଳନ ଆଣ୍ଟିଜେନ୍ ଏଥିରେ ନାହିଁ । ଏହି ବ୍ଲଡ ଗ୍ରୁପର ଲୋକଙ୍କଠାରେ ଏହି ସାଧାରଣ ଆଣ୍ଟିଜେନ୍ ନଥିବାରୁ ସେମାନଙ୍କୁ ରକ୍ତଦାନ ଅତ୍ୟନ୍ତ ଜଟିଳ ହୋଇଥାଏ । ଏହି ସ୍ଥିତିରେ କେବଳ ସିଆରଆଇବି – ନେଗେଟିଭ୍ ରକ୍ତ ହିଁ ଉପଯୋଗ ହୋଇପାରେ, ଯାହା ଅତି ବିରଳ ।

ବିଶ୍ବରେ ହାତଗଣତି ବ୍ୟକ୍ତିଙ୍କଠାରେ ଏହି ବ୍ଲଡ ଗ୍ରୁପ ଥିବାରୁ ବେଙ୍ଗାଳୁରୁ ମହିଳାଙ୍କଠାରେ ଏହି ବ୍ଳଡ ଗ୍ରୁପ୍ ମିଳିବା ଆବିଷ୍କାର ଚିକିତ୍ସା ଜଗତ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ।ଏହା ପୂର୍ବରୁ ଗୁଜୁରାଟର ଜଣେ ରୋଗୀଙ୍କଠାରେ ସିଆରଆଇବି ବ୍ଲଡ ଗ୍ରୁପ୍ ଠାବ ହୋଇଥିଲା ।