ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍ : ପୀଡ଼ିତା ଟ୍ୟୁସନରୁ ଫେରୁଥିବା ବେଳେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ

୭ ମେ ୨୦୨୪ ମସିହାରେ ଏହି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା । ଜଣେ ନାବାଳିକା ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ହରିହର ପାହାଣ ତାଙ୍କୁ ଦୁଷ୍କର୍ମ କରିଥିଲା ।

jail

jail Photograph: (kanakNews)

କନକ ବ୍ୟୁରୋ : ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ, ୭ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ନିର୍ଦ୍ଦେଶ । ପୁରୀ କୃଷ୍ଣପ୍ରସାଦରୁ ଏଭଳି ଖବର ସାମ୍ନାକୁ ଆସିଛି । ୭ ମେ ୨୦୨୪ ମସିହାରେ ଏହି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା । ଜଣେ ନାବାଳିକା ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ହରିହର ପାହାଣ ତାଙ୍କୁ ଦୁଷ୍କର୍ମ କରିଥିଲା । ଏନେଇ ପୀଡ଼ିତା ଏବଂ ଅନ୍ୟ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଶୁକ୍ରବାର ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଥିଲେ ଅତିରିକ୍ତ ଜିଲ୍ଲା ଓ ସେସନ୍‌ କୋର୍ଟ । ତେବେ ଏନେଇ ଅଭିଯୁକ୍ତକୁ ୨୦ବର୍ଷର ସଜ୍ଜା ଶୁଣାଇଛନ୍ତି ବିଚାରପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe