ରାପିଡୋ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଆଦେଶ, ମିଥ୍ୟା ବିଜ୍ଞାପନ ମାମଲାରେ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା କର୍ତ୍ତୃପକ୍ଷ ଦେଲେ ଆଦେଶ

“ଗ୍ୟାରେଣ୍ଟିଡ୍‌ ଅଟୋ” ଓ “୫ ମିନିଟରେ ଅଟୋ ନହେଲେ ୫୦ ଟଙ୍କା” ଭଳି ବିଜ୍ଞାପନ ଗ୍ରାହକଙ୍କୁ ନିଶ୍ଚିତ ସେବାର ଭ୍ରମ ସୃଷ୍ଟି କରୁଥିବା ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ  ନିଆଯାଇଛି ।

46

କନକ ବ୍ୟୁରୋ : ଭାରତୀୟ ରାଇଡ୍‌-ହେଲିଂ ପ୍ଲାଟଫର୍ମ ରାପିଡୋକୁ ମିଥ୍ୟା ବିଜ୍ଞାପନ ପାଇଁ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା କର୍ତ୍ତୃପକ୍ଷ ୧୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । “ଗ୍ୟାରେଣ୍ଟିଡ୍‌ ଅଟୋ” ଓ “୫ ମିନିଟରେ ଅଟୋ ନହେଲେ ୫୦ ଟଙ୍କା” ଭଳି ବିଜ୍ଞାପନ ଗ୍ରାହକଙ୍କୁ ନିଶ୍ଚିତ ସେବାର ଭ୍ରମ ସୃଷ୍ଟି କରୁଥିବା ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ  ନିଆଯାଇଛି । ସିସିପିଏ କହିଛି, ରାପିଡୋର ଏହି ଦାବି ଅନେକ ସମୟରେ ପୂରଣ ହୋଇନଥିଲା, ଯାହା ଗ୍ରାହକଙ୍କୁ ଭ୍ରମିତ କରିଛି । ଅଭିଯୋଗ ଅନୁସାରେ, ଅନେକ ଗ୍ରାହକ ୫ ମିନିଟରେ ଅଟୋ ପାଇନଥିଲେ କି ରିଫଣ୍ଡ ମିଳିନଥିଲା କର୍ତ୍ତୃପକ୍ଷ ରାପିଡୋକୁ ଏହି ବିଜ୍ଞାପନ ବନ୍ଦ କରିବାକୁ ଓ ପ୍ରଭାବିତ ଗ୍ରାହକଙ୍କୁ ଫେରସ୍ତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାପିଡୋ କହିଛି, ଗ୍ରାହକଙ୍କ ସୁବିଧା ପାଇଁ ପଦକ୍ଷେପ ନିଆଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe