କନକ ବ୍ୟୁରୋ: ରାମ ନବମୀ ପାଇଁ ସଜାଗ ରହିଛି ପ୍ରଶାସନ । ରାମନବମୀ ପୂର୍ବରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନର ସତର୍କତାମୂଳକ ଆଗୁଆ ପଦକ୍ଷେପ । ଭଦ୍ରକରେ ପହଞ୍ଚିଲେ ରାପିଡ ଆକ୍ସନ ଫୋର୍ସ । ଭଦ୍ରକ ସହରରେ ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ସିଟି ଡିଏସପି ସମ୍ୱିତ ମାଝୀଙ୍କ ନେତୃତ୍ୱରେ ନୂଆବଜାର, କଚେରୀ ବଜାର, ପୁରୁଣା ବଜାର ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଏହି ଫ୍ଲାଗମାର୍ଚ୍ଚରେ ୩ ପ୍ଲାଟୁନ ରେପିଡ଼ ଆକ୍ସନ ଫୋର୍ସର ଯବାନମାନେ ସାମିଲ ହୋଇଥିଲେ । ସେପଟେ ବାଲେଶ୍ୱରରେ ମଧ୍ୟ ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । 
 
ପୂର୍ବରୁ ମଧ୍ୟ ଏଭଳି ସମୟରେ ଭଦ୍ରକରେ ଦଙ୍ଗା ହେବାର ନଜିର ରହିଛି । ଫଳରେ ପୁରା ଅଞ୍ଚଳରେ ଇଣ୍ଟରନେଟ୍  ବନ୍ଦ କରାଯାଇଥିଲା । ଦଙ୍ଗା ରୋକିବାକୁ ଉଭୟ ପ୍ରଶାସନ ଓ ପୋଲିସ ପ୍ରଶାସନକୁ ନାକେଦମ୍ ହେବାକୁ ପଡିଛି । ତେଣୁ ଚଳିତ ବର୍ଷ ଯେପରି କୌଣସି ଅପ୍ରୀତିକର ସ୍ଥିତି ନଉପୁଜେ ସେଥିପାଇଁ ପ୍ରଶାସନ ପୂର୍ବରୁ ପ୍ରସ୍ତୁତି କରିସାରିଛି ।