କନକ ବ୍ୟୁରୋ: ସମ୍ବଲପୁର ସମଥର୍ ଅନୁଷ୍ଠାନର ଖୋଲୁଛି ପେଡି । ସମ୍ପାଦକଙ୍କ ନାେଁର ଆସିଛି ଦୁଷ୍କମର୍ ମାମଲା । ଅେନ୍ତବାସୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଧନୁପାଲି ଥାନାେର ମାମଲା ରୁଜୁ ହୋଇଛି । ସମ୍ପାଦକ ହରିଶଚନ୍ଦ୍ର ଦାସଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି । ଅସହାୟତାର ସୁଯାଗ ନେଇ ହରିଶ୍ଚନ୍ଦ୍ର ଦାସ ଅେନ୍ତବାସୀଙ୍କୁ ସମ୍ପାଦକ ଦୁଷ୍କର୍ମ କରିଥିବା ଅଭିେଯାଗ ହୋଇଛି । ସେପେଟ ବର୍ଷକ ଭିତେର ୬ଜଣ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ମଧ୍ୟ ଖୋଲତାଡ ଆରମ୍ଭ କରିଛି ପୋଲିସ । ଏହା ସାଧାରଣ ମୃତ୍ୟୁ ନା ନିର୍ଯାତନା ପାଇଁ ମୃତ୍ୟୁ ହୋଇଛି ତାର ତଦନ୍ତ କରୁଛି ସାଇଣ୍ଟିଫିକ ଟିମ୍।
ଅମାନବିକତାର ସବୁ ସୀମା ଟପିଯାଇଥିଲେ ସମ୍ବଲପୁର ସମର୍ଥ କେନ୍ଦ୍ରର ଅଧ୍ୟକ୍ଷ ଓ କେୟାରଟେକର । ମାନସିକ ଅନଗ୍ରସର ଦିବ୍ୟାଙ୍ଗ ଥଇଥାନ କେନ୍ଦ୍ର ସମର୍ଥରେ ଅନ୍ତେବାସୀଙ୍କୁ ନିର୍ୟାତନା ଘଟଣା ଏବେ ସାରା ରାଜ୍ୟରେ ଆଲୋଡନ । ସାମ୍ନାକୁ ଆସିଲା ସମ୍ପର୍କ କେନ୍ଦ୍ରର ଆଉ କିଛି ଦୃଶ୍ୟ । ତେବେ ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଉଭୟ ସମ୍ପାଦକ ଓ ତାଙ୍କ ସ୍ତ୍ରୀ ନିସ୍ତୁକ ମାଡ ମାରିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି।
ସମ୍ବଲପୁର ସମର୍ଥ ଅନୁଷ୍ଠାନକୁ ନେଇ ନୂଆ ମୋଡ ; ଅନୁଷ୍ଠାନରେ ମହିଳାଙ୍କ ସହ ହେଉଥିଲା ଦୁଷ୍କର୍ମ ।
ସମ୍ବଲପୁର ସମର୍ଥ ଅନୁଷ୍ଠାନ ସମ୍ପାଦକଙ୍କ ନାେଁର ଦୁଷ୍କର୍ମ ଅଭିଯୋଗ । ଅନ୍ତେବାସୀଙ୍କୁ ଦୁଷ୍କର୍ମ ନେଇ ଧନୁପାଲି ଥାନାେର ମାମଲା । ୬ଜଣଙ୍କ ସେନ୍ଦହଜନକ ମୃତ୍ୟୁ ନେଇ ତଦନ୍ତ କରୁଛି ସାଇଣ୍ଟିଫିକ ଟିମ୍।
/kanak/media/media_files/2025/01/29/yrAyaD321p7djgtKWDfq.jpg)