ଜଗତସିଂହପୁରରେ ନାବାଳିକାକୁ ଦୁଷ୍କର୍ମ, ଦୁଇଜଣଙ୍କୁ ଅଟକ ରଖିଲା ପୁଲିସ

ଜଗତସିଂହପୁରରେ ପୁଣି ଦୁଷ୍କର୍ମ ଅଭିଯୋଗ  । ୧୫ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ଗର୍ଭବତୀ ହେବା ପରେ ସାମ୍ନାକୁ ଆସିଲା ସତ- । କୁଜଙ୍ଗ ଥାନାରେ ମାମଲା ରୁଜ । ୬୦ ବର୍ଷର ବୃଦ୍ଧଙ୍କ ସମେତ ୨ ଅଟକ ।  

18-Rape

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲାରେ ପୁଣି ଲଜ୍ଜା । ଆଉ ଏକ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । କୁଜଙ୍ଗ ଥାନାରେ ଅଭିଯୋଗ ପରେ ୨ ଜଣଙ୍କୁ ଅଟକ ରଖିଛି ପୁଲିସ । ଘଟଣାଟି ଯେତିକି ସାଂଘାତିକ, ସେତିକି ଲଜ୍ଜାଜନକ । ଜଣେ ୧୫ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ପୀଡ଼ିତା ଗର୍ଭବତୀ ହେବା ପରେ ଘଟଣା ପ୍ରଘଟ ହୋଇଛି । ପରିବାର ଲୋକ ଏନେଇ ଅଭିଯୁକ୍ତଙ୍କ ଘରକୁ ଯାଇ ପଚାରିବାରୁ ଟଙ୍କା ନେଇ ଚୁପ ରହିବାକୁ ଧମକ୍ ଦେଇଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକ । ଏନେଇ କୁଜଙ୍ଗ ଥାନାରେ ୩ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ସମ୍ପୃକ୍ତ ଅଭିଯୁକ୍ତ ଓ ତାଙ୍କ ସହଯୋଗୀକୁ ଉଠାଇ ନେଇ ଜେରା କରୁଛି ପୁଲିସ । ବଡ଼ କଥା ହେଉଛି ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଜଣଙ୍କର ବୟସ ୬୦ ବର୍ଷରୁ ଅଧିକ ବୋଲି ସୂଚନା ମିଳିଛି । ଘଟଣାଟି ଲଜ୍ଜାର ଚରମ ସୀମା ଟପିଥିବାବେଳେ ଝିଅ, ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe