ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ; ରାଜ୍ୟରେ ଦିନକୁ ୫ ନାବାଳିକାଙ୍କ ଦୁଷ୍କର୍ମ !

Advertisment

ଓଡ଼ିଶାରେ ଦିନକୁ ପାଖାପାଖି ୫ ନାବାଳିକାଙ୍କୁ ଦୁଷ୍କର୍ମ ହେଉଛି । ୨୦୨୪ରେ ଦୁଷ୍କର୍ମର ଶିକାର ହୋଇଛନ୍ତି ମୋଟ୍‌ ୧୭୩୪ ନାବାଳିକା। ବିଧାନସଭା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟି ନିକଟରେ ଦେଇଥିବା ରିପୋର୍ଟରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ଓଡ଼ିଶାରେ ଦିନକୁ ପାଖାପାଖି ୫ ନାବାଳିକାଙ୍କୁ ଦୁଷ୍କର୍ମ ହେଉଛି । ୨୦୨୪ରେ ଦୁଷ୍କର୍ମର ଶିକାର ହୋଇଛନ୍ତି ମୋଟ୍‌ ୧୭୩୪ ନାବାଳିକା। ବିଧାନସଭା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟି ନିକଟରେ ଦେଇଥିବା ରିପୋର୍ଟରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ରାଜ୍ୟରେ ଦିନକୁ ୫ ନାବାଳିକାଙ୍କ ଦୁଷ୍କର୍ମ!

ରାଜ୍ୟରେ ଦିନକୁ ୫ ନାବାଳିକାଙ୍କ ଦୁଷ୍କର୍ମ! Photograph: (KanakNews )

କନକ ବ୍ୟୁରୋ: ରାଜ୍ୟରେ ବଢ଼ି ଚାଲିଛି ନାବାଳିକା ଦୁଷ୍କର୍ମ ମାମଲା। ଦୁନିଆକୁ ବୁଝିବା ଆଗରୁ କୁନି ଝିଅ ହେଉଛି ଦୁଷ୍କର୍ମର ଶିକାର। ସେଥିରୁ କାହାର ଜୀବନ ନେଇ ଯାଉଛନ୍ତି ଅପରାଧୀ। ଆଉ ଯିଏ ରହିଗଲେ, ସେ ଜିଉଁଛନ୍ତି ମରି ମରି...

ଓଡ଼ିଶାରେ ଦିନକୁ ପାଖାପାଖି ୫ ନାବାଳିକାଙ୍କୁ ଦୁଷ୍କର୍ମ ହେଉଛି । ୨୦୨୪ରେ ଦୁଷ୍କର୍ମର ଶିକାର ହୋଇଛନ୍ତି ମୋଟ୍‌ ୧୭୩୪ ନାବାଳିକା। ବିଧାନସଭା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟି ନିକଟରେ ଦେଇଥିବା ରିପୋର୍ଟରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଆଉ ରାଜ୍ୟ ସରକାରଙ୍କ ଏହି ଦୁର୍ଭାଗ୍ୟଜନକ ସ୍ବୀକାରୋକ୍ତି ନାବାଳିକା ସୁରକ୍ଷାକୁ ପଦାରେ ପକାଇଛି । ଗତବର୍ଷ ରାଜ୍ୟରେ ମୋଟ୍‌ ୩୦୫୪ ଦୁଷ୍କର୍ମ ହୋଇଛି। ଯେଉଁଥିରୁ ଅଧାରୁ ଅଧିକ କେବଳ ନାବାଳିକା ପୀଡ଼ିତା ବୋଲି ଜଣାପଡ଼ିବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି।

୨୦୨୪ରେ ମୋଟ୍‌ ୨, ୧୪, ୧୧୩ଟି ମାମଲା ରୁଜୁ ହୋଇଛି। ସେଥିରୁ ୧୨୫୮ ହତ୍ୟା, ୩୫୬ ଡକାୟତି, ୨୫୮୨ ଲୁଟ୍‌, ୬୪୦୮ ସିନ୍ଧିଚୋରି, ୧୭୮୦୫ ଚୋରି, ୧୪୭୧ ଦଙ୍ଗା ମାମଲା ରହିଛି। ତେବେ ଗୋଟିଏ ବର୍ଷରେ ଏତେ ମାତ୍ରାରେ ଦୁଷ୍କର୍ମ ମାମଲା ରୁଜୁ ହେବା ଓ ସେଥିରୁ ୬୦ ପ୍ରତିଶତ ନାବାଳିକା ଦୁଷ୍କର୍ମର ଶିକାର ହେବା କ’ଣ ଦର୍ଶାଉଛି? ରାଜ୍ୟରେ ଆଇନଶୃଙ୍ଖଳା ଠିକ୍‌ ଅଛି ତ? ନା ନୂଆ ସରକାର କି ନୂଆ ପୁଲିସ ମୁଖିଆଙ୍କୁ ଭୟ କରୁନାହାନ୍ତି ଅପରାଧୀ?   

ନାବାଳିକା ଦୁଷ୍କର୍ମ ମାମଲାରେ ପୁଲିସ ୨ ମାସ ଭିତରେ ଅଭିଯୁକ୍ତକୁ ବାନ୍ଧି ମାମଲାର ଚାର୍ଜସିଟ୍‌ କରିବାକୁ ନିର୍ଦ୍ଦେଶ ରହିଛି। ଯାହା ଅନେକ କ୍ଷେତ୍ରରେ ସଫଳ ହୋଇ ପାରୁନି। ସେପଟେ ଅଧିକ ସଂଖ୍ୟକ ପକ୍ସୋ କୋର୍ଟ ନଥିବାରୁ ମାମଲା ଦିନ ଦିନ ଧରି ଗଡୁଛି ସିନା, ଅପରାଧୀଙ୍କୁ ମିଳୁନି ଦଣ୍ଡ କି ନ୍ୟାୟ ପାଉନି ପୀଡ଼ିତା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe