କନକ ବ୍ୟୁରୋ : ତଦନ୍ତ ଯେତିକି ଆଗକୁ ବଢ଼ୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନର ସବୁଠୁ ଚର୍ଚ୍ଚିତ ସ୍ମଗଲର ରାନ୍ୟା ରାଓଙ୍କୁ ନେଇ କର୍ଣ୍ଣାଟକ ପୁଲିସ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆଣିଛି । ବର୍ତ୍ତମାନ ଏକଥା ସ୍ପଷ୍ଟ ହୋଇଯାଇଛି ଯେ କେବଳ ବେଙ୍ଗାଲୁର କି ଦୁବାଇ ନୁହେଁ ବିଭିନ୍ନ ଦେଶରେ ମାଡିଥିଲା ସୁନା ସ୍ମଗଲିଂ । ସେପଟେ ଆଜି ରାନ୍ୟାଙ୍କ ଜାମିନ ଉପରେ ଫଇସଲା ଶୁଣାଇବେ ବେଙ୍ଗାଲୁରୁ ସ୍ବତନ୍ତ୍ର କୋର୍ଟ । ଗତକାଲି ଶୁଣାଣି କରାଯିବା ପରେ ଜଣାପଡିବ ରାନ୍ୟାଙ୍କୁ ଜାମିନ ମିଳିବ କି ନାହିଁ । ମାର୍ଚ୍ଚ ୪ରେ ଶୁଣାଣି କରି କୋର୍ଟ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି । ତେବେ ପୁଲିସ ଓ ଡିଆରଆଇ ତଦନ୍ତର ୩ଦିନ ପରେ ଜଣାପଡିଛି ଯେ ରାନ୍ୟା ଚଳାଇଥିଲେ ଅନ୍ତର୍ଜାତୀୟ ରାକେଟ ।
-ଦୁବାଇ, ୟୁରୋପ,ଆମେରିକାରେ ସ୍ମଗଲିଂ ରାକେଟ ଚଳାଉଥଲେ
-କିଛି ଗଲଫ ଦେଶରେ ସୁନା ସ୍ମଗଲିଂ କରୁଥିଲେ
-୧୭ଟି ସୁନା ଖଣ୍ଡ ନେଇ ଫେରୁଥିବା ସମୟରେ ଧରାପଡିଥିଲେ
-ଗୋଟିଏ ବର୍ଷରେ ୩୦ଥର ଦୁବାଇ ଯାଇଥିଲେ
-ସେଠାରୁ କୋଟି କୋଟି ଟଙ୍କା ମୂଲ୍ୟର ସୁନା ଆଣି ସ୍ମଗଲିଂ କରୁଥିଲେ
-ରାନ୍ୟା ଓ ତାଙ୍କ ସ୍ବାମୀ ମିଶି ସ୍ମଗଲିଂ କରୁଥିବା ପ୍ରମାଣ ମିଳିଛି
-୪ମାସ ପୂର୍ବରୁ ବିବାହ କରିବା ପରେ ରାନ୍ୟା ପରିବାର ସହ କୌଣସି ସମ୍ପର୍କ ରଖିନଥିଲେ
-ସ୍ମଗଲିଂରେ ଆଉ କିଏ କିଏ ଅଛନ୍ତି ଏନେଇ ଖୋଳତାଡ କରୁଛି ପୁଲିସ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/07/CQMih1LxSjbkGz7jzjMd.jpg)