’ରାମାୟଣ’ ପାଇଁ ରଣବୀର ନେବେ ୧୫୦ କୋଟି ; ଭାରତୀୟ ସିନେମା ଇତିହାସରେ ସବୁଠୁ ବଡ଼ ବଜେଟ୍

ନୀତେଶ ତିୱାରୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ’ରାମାୟଣ’ର ଟିଜର୍ ଜାରି ହେବା ପରେ ଦର୍ଶକେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଏଥିରେ ଭଗବାନ୍ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଥିବା କରୁଥିବା ଅଭିନେତା ରଣବୀର କପୁର ପାରିଶ୍ରମିକ ବାବଦରେ ଦୁଇଟି ପାର୍ଶ୍ବରୁ ୭୫- ୭୫ କୋଟି ଲେଖାଏଁ ସମୁଦାୟ ୧୫୦ କୋଟି ନେବେ । 

55

କନକ ବ୍ୟୁରୋ: ନୀତେଶ ତିୱାରୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ’ରାମାୟଣ’ର ଟିଜର୍ ଜାରି ହେବା ପରେ ଦର୍ଶକେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ବିଶେଷ କରି ଏହାର ସଙ୍ଗୀତ ଓ ଉଚ୍ଚ କୋଟୀର ଭିଏଫ୍ଏକ୍ସ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଦର୍ଶକ ଏବେ ଏହାର ରିଲିଜକୁ ଅପେକ୍ଷା କରିଛନ୍ତି । ଭାରତୀୟ ସିନେମା ଇତିହାସରେ ଏହାକୁ ସବୁଠୁ ବଡ଼ ବଜେଟର ଫିଲ୍ମ ବୋଲି କୁହାଯାଉଛି । ଏହାର ଦୁଇଟି ପାର୍ଟର ନିର୍ମାଣରେ ପାଖାପାଖି ୧୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଅନୁମାନ କରାଯାଉଛି । 

 ଫିଲ୍ମର ପ୍ରଥମ ପାଇଁ ୯୦୦ କୋଟି ଓ ଦ୍ବିତୀୟ ପାଇଁ ୭୦୦ କୋଟି ଖର୍ଚ୍ଚ କରାଯିବ । ଏହି ଫିଲ୍ମର ବଜେଟ୍ ବଢ଼ିଯିବାର କାରଣ ଏହାର କଳାକାରମାନେ ମଧ୍ୟ ବେଶ୍ ମୋଟା ଅଙ୍କର ପାରିଶ୍ରମିକ ନେଉଛନ୍ତି । ଏଥିରେ ଭଗବାନ୍ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଥିବା କରୁଥିବା ଅଭିନେତା ରଣବୀର କପୁର ପାରିଶ୍ରମିକ ବାବଦରେ ଦୁଇଟି ପାର୍ଶ୍ବରୁ ୭୫- ୭୫ କୋଟି ଲେଖାଏଁ ସମୁଦାୟ ୧୫୦ କୋଟି ନେବେ । 

ସେହିଭଳି ମା’ ସୀତା ଭୂମିକାରେ ଅଭିନୟ କରୁଛନ୍ତି ସାଇପଲ୍ଲବୀ ଯିଏ ଦୁଇଟି ଯାକ ପାର୍ଟ ପାଇଁ ୧୨ କୋଟି ପ୍ରାପ୍ୟ ନେବେ । ଯଦିଓ ରାବଣ ଭୂମିକା ପାଇଁ ୟଶ୍ କେତେ ନେବେ ତାହା ସ୍ପଷ୍ଟ ହୋଇନାହିଁ । ସେ ପାରିଶ୍ରମିକ ବାବଦକୁ ୨୦୦ଶହରୁ ଅଧିକ କୋଟି ଦାବି କରିପାରନ୍ତି ବୋଲି ଅଲୋଚନା ହେଉଛି । ତେବେ ରାମାୟଣର ପ୍ରଥମ ପାର୍ଟ ୨୦୨୬ ଦୀପାବଳି ଓ ଏହାର ଦ୍ବିତୀୟ ପାର୍ଟ ୨୦୨୭ ଦୀପାବଳି ଅବସରରେ ଆସିବାର ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe