କନକ ବ୍ୟୁରୋ: ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ପୂର୍ବତନ ମୁଖ୍ୟ ବିଚାରପତିଙ୍କ ପୁଅ ତଥା ଆହ୍ଲାବାଦିଆଙ୍କ ପୁଅ ଅଭିନବ ଚନ୍ଦ୍ରଚୂଡ ମାମଲାର ଶୀଘ୍ର ଶୁଣାଣି ପାଇଁ ଆବେଦନ କରିଥିଲେ ବି ଏପରି ହୋଇପାରିବ ନାହିଁ ବୋଲି ନାସ୍ତିବାଣୀ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।
ରଣବୀର ଆହ୍ଲାବାଦିଆ ନିଜ ବିରୋଧରେ ଦାଏର ହୋଇଥିବା ଏକାଧିକ ମାମଲା ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାର ତ୍ବରିତ ଶୁଣାଣି ପାଇଁ ଆବେଦନ କରିଥିଲେ । ହେଲେ ଏହାକୁ ଖାରଜ କରିଛନ୍ତି କୋର୍ଟ। କୋର୍ଟଙ୍କ କହିବା କଥା, ମୌଖିକ ଆଧାରରେ ତ୍ବରିତ ଶୁଣାଣିର ଦାବି ଉପରେ ବିଚାର କରାଯାଇପାରିବ ନାହିଁ । ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନାଙ୍କ ନିର୍ଦ୍ଦେଶ ମୁତାବକ, ରଣବୀର କୋର୍ଟରେ ଅଗ୍ରୀମ ଆବେଦନ ଦାଖଲ କରିଛନ୍ତି । ତେବେ ରଣବୀରଙ୍କ ବିରୋଧରେ ବିଭିନ୍ନ ସ୍ଥାନରୁ ମାମଲା ଦାଏର ହୋଇଥିବାରୁ ସେସବୁ ମାମଲାର ବିଚାର ଓ ଶୁଣାଣି ଗୋଟିଏ କୋର୍ଟରେ କରିବା ପାଇଁ ଆଦେଶ ଦେବାକୁ ମଧ୍ୟ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି ରଣବୀରଙ୍କ ଓକିଲ।
ଏକ କାର୍ୟ୍ୟକ୍ରମରେ ରଣବୀର ପିତା, ମାତା ଓ ସନ୍ତାନଙ୍କ ସମ୍ପର୍କକୁ ନେଇ ଏଭଳି ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ସାରା ଦେଶରେ ଏହା ବିଦ୍ୟୁତ ବେଗରେ ଖେଳିଯାଇଥିଲା। ଏହାକୁ ନେଇ ନେଟିଜେନ୍ସଙ୍କ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶେ ପାଇଥିଲା । ଏବଂ ରଣବୀରଙ୍କୁ କଠୋର ଦଣ୍ଡ ଦେବାକୁ ମଧ୍ୟ ଦାବି ହୋଇଥିଲା।