କନକ ବ୍ୟୁରୋ: ବଢ଼ିବାରେ ଲାଗିଛି ୟୁଟ୍ୟୁବର ରଣବୀର ଆଲାହାବାଦିଆଙ୍କ ସମସ୍ୟା । ଏକ କମେଡି ଶୋରେ ବାପା-ମାଙ୍କ ସମ୍ପର୍କକୁ ନେଇ ଦେଇଥିବା ଅଶ୍ଲୀଳ ମନ୍ତବ୍ୟକୁ ନେଇ ସାରା ଦେଶରେ ବିବାଦ ମୁଣ୍ଡ ଟେକିଲାଣି। ମାତା ପିତା ସମ୍ପର୍କକୁ ନେଇ ରଣବୀର ଦେଇଥିବା ଏକ ବୟାନକୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ଦେଶର ଅନେକ ସ୍ଥାନରେ ରଣବୀରଙ୍କ ବିରୋଧରେ ଥାନାରେ ମାମଲା ହୋଇଛି । ଏମିତିକି ତାଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିକଟରେ ଅଭିଯୋଗ କରିଛନ୍ତି ବମ୍ବେ ହାଇକୋର୍ଟର ଆଇନଜୀବୀ ।
ନିକଟରେ ଭାରତର ଏହି ଚର୍ଚ୍ଚିତ ୟୁଟ୍ୟୁବର୍ ଇଣ୍ଡିଆସ୍ ଗଟ୍ ଲାଟେଣ୍ଟ ନାମକ ଏକ ସୋରେ ନଜର ଆସିଥିଲେ । ଏଥିରେ ସେ ଛୋଟପିଲା ଓ ମା ବାପାଙ୍କ ସମ୍ପର୍କ ସହ ଅନେକ ଗୁଡିଏ ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଅନେକ ସୋସିଆଲ ମିଡିଆ ୟୁଜର୍ ରଣବୀରଙ୍କୁ ଭର୍ତ୍ସନା କରିଛନ୍ତି । ରଣବୀର ବିଅର ବାଇସେପ୍ସ ନାମରେ ଏକ ୟୁଟୁବ ଚାନେଲ କରିଛନ୍ତି। ଅନେକ ସମୟରେ ଧାର୍ମିକ ଗୁରୁଙ୍କ ସହ ଆଲୋଚନା ଓ ଫିଟନେସ ସମ୍ବନ୍ଧୀୟ ଟିପ୍ସ ଦେଇ ଚର୍ଚ୍ଚିତ ହୋଇଛନ୍ତି । ଆଜିର ଯୁବପିଢ଼ି ତାଙ୍କୁ ନିଜ ରୋଲ୍ ମଡେଲ ବୋଲି ଭାବନ୍ତି । କିନ୍ତୁ ରଣବୀରଙ୍କ ଏଭଳି ବୟାନକୁ ତାଙ୍କ ଫୋଲଅର୍ସ ମଧ୍ୟ ନାପସନ୍ଦ କରିଛନ୍ତି । ରଣବୀର ଏହି ଘଟଣା ପରେ ଏକ ବିବୃତି ଜାରି କରି କହିଛନ୍ତି, ଭୁଲରେ ଏଭଳି କହିଦେଲେ ଓ ଏଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ସେପଟେ ମୁମ୍ବାଇ ସ୍ଥିତ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ ସୋରେ ପହଞ୍ଚିଛି ମୁମ୍ବାଇ ପୋଲିସ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/11/srGYptuJJOL3J8bNfFLi.jpg)