କନକ ବ୍ୟୁରୋ : କୁଆଡେ ଗଲେ ୟ୍ୟଟ୍ୟୁବର ରଣବୀର ଆହ୍ଲାବାଦିଆ । ମୁମ୍ବାଇ ଘରେ ପଡିଛି ତାଲା, ଫୋନ ମଧ୍ୟ ସୁଇଚ ଅଫ ।ଏଭଳି ସ୍ଥିତିରେ ପ୍ରଶ୍ନ ଉଠିଲାଣି ହଠାତ କୁଆଡେ ଗାୟବ ହୋଇଗଲେ ରଣବୀର ।ତେବେ ଗିରଫ ଭୟରେ ୟ୍ୟଟ୍ୟବର ଫେରାର ହୋଇଥୀବା ଅନୁମାନ କରାଯାଉଛି । ଶୁକ୍ରବାର ସୁପ୍ରମକୋର୍ଟରୁ ମଧ୍ୟ ତାଙ୍କୁ ଝଟକା ମିଳିଥିଲା ତରୁନ୍ତ ଶୁଣାଣୀ କରିବାକୁ ମନା କରିଥିଲେ ସର୍ବୋଚ୍ଚ ଅଦାଲତ । ସବୁଠ ବଡ କଥା ହେଉଛି ବିବାଦୀୟ ୟ୍ୟଟ୍ୟବରଙ୍କ ମାମଲା ଆଉ କେହି ନୁହେଁ ବଂର ପୂର୍ବତନ ସିଜେଆଇ ଡିୱାଇ ଚନ୍ଦ୍ରଚୂଡଙ୍କ ପୁଅ ଅଭିନବ ଚନ୍ଦ୍ରଚୂଡ ଲଢ଼ୁଛନ୍ତି ।ସେପଟେ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ତାଙ୍କ ନାଁରେ ଏକାଧିକ ମାମଲା ରୁଜୁ ହେଲାଣି ଅନ୍ୟପଟେ ଅନେକ ନାମୀ ଦାମୀ କଳାକାର ମଧ୍ୟ ରଣବୀରଙ୍କୁ ସୋସିଆଲ ମିଡିଆରେ ଅନଫୋଲ କଲେଣି ।ଏହା ଭିତରେ ରଣବୀରଙ୍କ ଚାହିଦା କମୁଛି,ବିବାଦ ବଢ଼ୁଛି ।