କନକ ବ୍ୟୁରୋ: ନାଏବ ସରପଞ୍ଚ ରଂଜିତା ତ୍ରିପାଠୀଙ୍କ ସନ୍ଦେହଜନକ ମୃତ୍ୟୁ । ଗୁଣପୁର ଡମ୍ବସରା ଗାଁର ଜଣେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ରଂଜିତା ତ୍ରିପାଠୀ ଏବଂ ସେ ଡମ୍ବସରା ଗ୍ରାମ ପଂଚାୟତର ନାଏବ ସରପଞ୍ଚ ବୋଲି ଜଣା ପଡ଼ିଛି । ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ ରଂଜିତାଙ୍କ ପରିବାର ବର୍ଗ ଗୁଣପୁର ଥାନାରେ ଦ୍ୱାରସ୍ଥ ହୋଇ ଏହା ହତ୍ୟା ନା ଆତ୍ମହତ୍ୟା ଘଟିଛି ଏହା ସଠିକ ତଦନ୍ତ କରିବା ପାଇଁ ଗୁଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନ ଅନୁଯାୟୀ ମୃତ ରଂଜିତା ଡମ୍ବସରା ଗ୍ରାମର ନରସିଂହ ତ୍ରିପାଠୀଙ୍କୁ ୨୦୦୭ ମସିହାରେ ବିବାହ କରିଥିଲେ । ତେବେ କୌଣସି କାରଣ ବଶତଃ ଗତ କାଲି ରଂଜିତାଙ୍କ ମୃତ୍ୟୁ ଘଟିଥିଲା । ସଂଗେ ସଂଗେ ପରିବାରବର୍ଗ ରଂଜିତାଙ୍କୁ ଉଧାର କରି ଗୁଣପୁର ଉପଖଣ୍ଡ ଚିକିଛାଲୟ ରେ ଭର୍ତି କରିଥିଲେ ସୁଧା ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ପରିବାରବର୍ଗଙ୍କ ଅଭିଯୋଗ ଆଧାରରେ ଗୁଣପୁର ପୋଲିସ ଶବକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/12/sarpanch-2025-09-12-11-07-45.jpg)