ରଣଜୀ ଟ୍ରଫି ଫାଇନାଲ୍‌: ମାଇଲ୍‌ଖୁଣ୍ଟ ଦ୍ୱାରରେ ଜମ୍ମୁ କାଶ୍ମୀର

Advertisment

ପ୍ରଥମେ ବ୍ୟାଟିଂ କରିଥିବା ଜମ୍ମୁ କାଶ୍ମୀର ପ୍ରଥମ ପାଳିରେ ୫୮୪ ରନ୍‌ କରିଥିଲା । ଜବାବରେ ଘରୋଇ କର୍ଣ୍ଣାଟକ ୨୯୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଗତକାଲିର ସ୍କୋର୍‌ ୨୨୦/୫ରୁ ଖେଳ ଆରମ୍ଭ କରିଥିବା କର୍ଣ୍ଣାଟକ ଶୁକ୍ରବାର ଏଥିରେ ମାତ୍ର ୭୩ ରନ୍‌ ଯୋଡ଼ି ଅବଶିଷ୍ଟ ୫ ୱିକେଟ୍‌ ହରାଇଥିଲା । 

ପ୍ରଥମେ ବ୍ୟାଟିଂ କରିଥିବା ଜମ୍ମୁ କାଶ୍ମୀର ପ୍ରଥମ ପାଳିରେ ୫୮୪ ରନ୍‌ କରିଥିଲା । ଜବାବରେ ଘରୋଇ କର୍ଣ୍ଣାଟକ ୨୯୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଗତକାଲିର ସ୍କୋର୍‌ ୨୨୦/୫ରୁ ଖେଳ ଆରମ୍ଭ କରିଥିବା କର୍ଣ୍ଣାଟକ ଶୁକ୍ରବାର ଏଥିରେ ମାତ୍ର ୭୩ ରନ୍‌ ଯୋଡ଼ି ଅବଶିଷ୍ଟ ୫ ୱିକେଟ୍‌ ହରାଇଥିଲା । 

Jammu Kashmir

କନକ ବ୍ୟୁରୋ: ପ୍ରଥମ ଥର ରଣଜୀ ଟ୍ରଫି ଫାଇନାଲ୍‌ ଖେଳୁଥିବା ଜମ୍ମୁ କାଶ୍ମୀର ଟ୍ରଫି କରାୟତ୍ତ କରିବାର ନିକଟତର ହୋଇଛି । ହୁବଲିରେ ଚାଲିଥିବା ଶକ୍ତିଶାଳୀ କର୍ଣ୍ଣାଟକ ବିପକ୍ଷ ଫାଇନାଲ୍‌ରେ ଜମ୍ମୁ କାଶ୍ମୀର ପ୍ରଥମ ପାଳି ଅଗ୍ରଣୀ ନେଇ ଏହି ଆଶା ସଂଚାର କରିଛି । ମ୍ୟାଚ୍‌ ଆଉ ଗୋଟିଏ ଦିନ ଥିଲା ବେଳେ ଜମ୍ମୁ କଶ୍ମୀର ଦ୍ବିତୀୟ ପାଳିରେ ୪ ୱିକେଟ୍‌ ହରାଇ ୧୮୬ ରନ୍‌ରେ ବ୍ୟାଟିଂ ଜାରି ରଖିଛି । ଏଥିସହ ଦଳ ୪୭୭ ରନ୍‌ରେ ଆଗୁଆ ରହିଛି । କମରନ ଇକ୍‌ବାଲ (୯୪*) ଓ ସାହିଲ ‌ଲୋଟ୍‌ରା (୧୬*) ବ୍ୟାଟିଂ କରୁଛନ୍ତି । 

ଏହା ବି ପଢ଼ନ୍ତୁ: ଭାରି ପଡ଼ିବନି ତ ଏହି ଭୁଲ୍ ? ବର୍ଷା, ରନ୍ ରେଟ୍ ହାତରେ ଭାରତର ଭାଗ୍ୟ

ପ୍ରଥମେ ବ୍ୟାଟିଂ କରିଥିବା ଜମ୍ମୁ କାଶ୍ମୀର ପ୍ରଥମ ପାଳିରେ ୫୮୪ ରନ୍‌ କରିଥିଲା । ଜବାବରେ ଘରୋଇ କର୍ଣ୍ଣାଟକ ୨୯୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଗତକାଲିର ସ୍କୋର୍‌ ୨୨୦/୫ରୁ ଖେଳ ଆରମ୍ଭ କରିଥିବା କର୍ଣ୍ଣାଟକ ଶୁକ୍ରବାର ଏଥିରେ ମାତ୍ର ୭୩ ରନ୍‌ ଯୋଡ଼ି ଅବଶିଷ୍ଟ ୫ ୱିକେଟ୍‌ ହରାଇଥିଲା । ବୁଧବାର ୧୩୦ ରନ୍‌ରେ ବ୍ୟାଟିଂ କରୁଥିବା ମୟଙ୍କ ଅଗ୍ରୱାଲଙ୍କ ୧୬୦ ରନ୍‌ ଛଡ଼ା ଅନ୍ୟ କୌଣସି ବ୍ୟାଟର୍‌ ବଡ଼ ସ୍କୋର୍‌ କରି ନପାରିବାରୁ ଦଳ ୩୦୦ ଭିତରେ ସୀମିତ ରହିଥିଲା । ଜମ୍ମୁ କାଶ୍ମୀର ପକ୍ଷରୁ ଆକ୍ବିବ ନବି ୫ ୱିକେଟ୍‌ ସଫଳତା ପାଇଥିଲା ବେଳେ ସୁନୀଲ କୁମାର ଓ ଯୁଦ୍ଧବୀର ସିଂହ ୨ ଲେଖାଏଁ ୱିକେଟ୍‌ ନେଇଥିଲେ ।

ସଂକ୍ଷିପ୍ତ ସ୍କୋର୍‌: ଜମ୍ମୁ କାଶ୍ମୀର ପ୍ରଥମ ପାଳି ୧୭୩.୧ ଓଭରରେ-୫୮୪ (ଶୁଭମ ପୁନ୍ଦିର ୧୨୧, ୟାୱେର ହାସନ ୮୮, ସାହିଲ ‌ଲୋତ୍ରା ୭୨, ପାରସ ଡୋଗ୍ରା ୭୦, ଅବଦୁଲ ସମଦ ୬୧, ପ୍ରସିଦ୍ଧ କୃଷ୍ଣ ୫/୯୮, ବିଜୟକୁମାର ବୈଶାକ ୧/୭୫) । କର୍ଣ୍ଣାଟକ ପ୍ରଥମ ପାଳି ୯୩.୩ ଓଭରରେ-୨୯୩ (ମୟଙ୍କ ଅଗ୍ରୱାଲ ୧୬୦, କୃତିକ କୃଷ୍ଣ ୩୬, ଶ୍ରେୟସ୍ ଗୋପାଳ ୨୭, ଆକ୍ବିବ ନବି ୫/୫୪, ସୁନିଲ କୁମାର ୨/୫୧, ଯୁଦ୍ଧବୀର ସିଂହ ୨/୫୫) । ଜମ୍ମୁ କାଶ୍ମୀର ଦ୍ବିତୀୟ ପାଳି ୫୭ ଓଭରରେ-୧୮୬/୪ (କମରନ ଇକ୍‌ବାଲ ୯୪*, ଅବ୍‌ଦୁଲ ସମଦ ୩୨, ସାହିଲ ଲୋଟ୍‌ରା ୧୬*, ପ୍ରସିଦ୍ଧ କୃଷ୍ଣ ୨/୪୨) ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe