କନକ ବ୍ୟୁରୋ: ବଳଙ୍ଗା ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କଲେ ଯାତ୍ରା କଳାକାର ରାଣୀ ପଣ୍ଡା । ଦିଲ୍ଲୀ ଏମ୍ସରୁ ପୀଡ଼ିତାଙ୍କ ମରଶରୀର ଭୁବନେଶ୍ବର ଆସି ପହଞ୍ଚିବା ପରେ ବାୟାବର ଜନ୍ମସ୍ଥାନକୁ ଯାଇଛନ୍ତି ରାଣୀ ପଣ୍ଡା । ମୃତ ପୀଡ଼ିତାଙ୍କ ପରିବାରବର୍ଗ ଓ ସମ୍ପର୍କୀୟଙ୍କୁ ସମବେଦନା ଜଣାଇବା ସହ ଶୋକବ୍ୟକ୍ତ କରିଛନ୍ତି ରାଣୀ । ଏଘଟଣା ନେଇ ରାଣୀ କହିଛନ୍ତି, ମୋ ପିଣ୍ଡରେ ପ୍ରାଣ ଥିବା ପର୍ଯ୍ୟନ୍ତ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଦୁଃଖ ସମୟରେ ମୁଁ ଛିଡ଼ା ହେବି । ଯେଉଁଠି ମୋତେ ଅନୁଭବ ହେବ ଆର୍ଥିକ ସହାୟତା କରିବାକୁ ମୁଁ ପଛଘୁଞ୍ଚା ନଦେଇ ହୃଦୟରୁ ତାହା କରିବି ।

Advertisment

ରାଣୀ ଆହୁରି କହିଛନ୍ତି ଯେ ପଇସାଟା ବଡ଼କଥା ନୁହେଁ । ଜଣେ ମା’ଠାରୁ ଜଣେ ବାପା ଠାରୁ ଆଉ ସାହି ପଡ଼ିଶା, ବନ୍ଧୁବାନ୍ଧବ କୁଟୁମ୍ବ ଠାରୁ ଗୋଟେ କୁନି ଝିଅ ସବୁଦିନ ପାଇଁ ଚାଲିଯିବ ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଆଉ ଏସବୁ ଜିନିଷ ରାଣୀ ପଣ୍ଡା ତା’ଜୀବନରେ ଅଙ୍ଗେ ନିଭାଇଛି । ବାୟାବରକୁ ଆସି ତାଙ୍କ ପରିବାର ସହ ବହୁତ ସମୟ ଧରି ଆଲୋଚନା କଲି । ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ତାଙ୍କ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ।