କନକବ୍ୟୁରୋ: ସାମ୍ନାକୁ ଆସିଲା ଆଠଗଡ଼ ତିଗିରିଆ ବାହାରବିଲା ଆଶ୍ରମର ମହନ୍ତ କୈବଲ୍ୟ ଜାନି ବାବାଙ୍କ ନୂଆ ଭିଡିଓ । ବାବା ମଦ୍ୟପାନ କରି ନାଚୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କିଛି ଯୁବକଙ୍କ ଗହଣରେ ବାବା ନାଚୁଥିବାର ଭିଡିଓ ଭାଇରାଲ ହେଉଛି । ବାବା ବେଶରେ ଥିବା କୈବଲ୍ୟ ଜାନୀଙ୍କ ଭିତରେ ରହିଛି ସଇତାନ ମାନସିକତା ।
ଠକ ଜଣଙ୍କ ଜଣେ ଯୁବତୀଙ୍କୁ ଅପହରଣ କରିବା ଅଭିଯୋଗ ପରେ ତାଙ୍କୁ ଗିରଫ କରିଛି ପୋଲିସ । ଗତ କିଛି ଦିନ ହେଲା ଯୁବତୀ ନିଖୋଜ ହେବା ପରେ ତାଙ୍କ ପରିବାର ପକ୍ଷରୁ ୭ତାରିଖରେ ଢ଼େଙ୍କାନାଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କଟକ ତିଗିରିଆ ଥାନା ସୋମପଡା ବାହାରବିଲ୍ଲା ସୁତୀକ୍ଷ୍ଣ ଆଶ୍ରମରୁ ଅଭିଯୁକ୍ତକୁ ଉଠାଇ ନେଇଛି ପୋଲିସ । ଚଢାଉ ସମୟରେ ବାବାଙ୍କ କାରରୁ ମିଳିଛି ଆପତ୍ତି ଜନକ ସାମଗ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/S6geK98ZPc8fJ9g6WTjs.jpg)