କନକବ୍ୟୁରୋ: ଧିରେ ଧିରେ ଖୋଲୁଛି ରଙ୍ଗିଲା ବାବାର ଗୁମର । ସାମ୍ନାକୁ ଆସୁଛି କୈବଲ୍ୟ ଜାନିର କଳା କାରନାମା । ବାବା କିଭଳି ଯୌନ କେଳେଙ୍କାରୀରେ ଲିପ୍ତ ଥିଲା ତାହାର ଚିତ୍ର ସାମ୍ନାକୁ ଆସୁଛି ।

Advertisment

କଟକ ତିଗିରିଆର ଏହି ରଙ୍ଗିଲା ବାବା କୈବଲ୍ୟର କଳା କାରାନାମା ଉପରୁ ପରଦା ଉଠାଇଛି କନକ ନ୍ୟୁଜ ଟିମ୍ । ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବାବର ଅସଲ ମୁଖା ଖୋଲିଛି କନକ ନ୍ୟୁଜ । କେମିତି ଆଶ୍ରମ ଭିତରେ ଯୌନ କାର୍ଯ୍ୟରେ  ଲିପ୍ତ ରହୁଥିଲା ଏହି ବାବା ବେଶଧାରି ପିଶାଚ ତାହାର ପ୍ରମାଣ କ୍ୟାମେରାରେ କଏଦ ହୋଇଛି । 

ଯୌନ ଲାଳସାରେ ଲିପ୍ତ ରହୁଥିଲା, ଏକାଧିକ ଯୁବତୀ, ମହିଳାଙ୍କ ଯୌନ ଶୋଷଣ କରୁଥିଲା। ବ୍ୟବହାର କରୁଥିଲା ଯୌନ ଉଦ୍ଦିପକ ଔଷଦ, ସିଡ୍ୟୁସ୍ ବେଲ୍ଟ । ନିଜ ଆଶ୍ରମରେ ଜିନ୍ସ ପ୍ୟାଣ୍ଟ ପିନ୍ଧି ଏଭଳି କେଲେଙ୍କାରୀରେ ଲିପ୍ତ ଥିଲା କୈବଲ୍ୟ ଜାନି । ସବୁଠୁ ବଡ଼ କଥା ସମସ୍ତଙ୍କ ଅଗୋଚରରେ ଚଳାଇଥିଲା କଳା କାରନାମା । ଆଉ କେହି ବି କିଛି ଜାଣି ପାରୁନଥିଲେ । କିଛି ଦିନ ତଳେ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ବାବାଙ୍କୁ ଗିରଫ କରାଯାଇଥିଲା ।