ରଙ୍ଗିଲା ବାବାଙ୍କ କଳା କାରନାମା : ଢେଙ୍କାନାଳ କାମାକ୍ଷାନଗର ଥାନା ଅଞ୍ଚଳର ବାବାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଅନ୍ତେବାସୀ

ବାବାଙ୍କ ନାଁରେ ଦୁଷ୍କର୍ମ ଓ ଅସଦାଚରଣ ଅଭିଯୋଗ ଘଟଣା । ଆଶ୍ରମରେ ପହଞ୍ଚିଲା ସାଇଣ୍ଟିଫିକ୍ ଟିମ୍  ।  ଅନ୍ତେବାସୀଙ୍କ ଅଭିଯୋଗ ପରେ ବାବାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍  ।

37

Photograph: (kanaknews)

କନକବ୍ୟୁରୋ : ବାବାଙ୍କ ନାଁରେ ଦୁଷ୍କର୍ମ ଓ ଅସଦାଚରଣ ଅଭିଯୋଗ ଘଟଣା । ଆଶ୍ରମରେ ପହଞ୍ଚିଲା ସାଇଣ୍ଟିଫିକ୍ ଟିମ୍  ।  ଅନ୍ତେବାସୀଙ୍କ ଅଭିଯୋଗ ପରେ ବାବାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍  । ଢେଙ୍କାନାଳ କାମାକ୍ଷାନଗର ଥାନା ଅଞ୍ଚଳରେ ଜଣେ ଭଣ୍ଡ ବାବାଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଆଶ୍ରମରେ ପୀଡ଼ିତା ଜଣକ ରହି ଠାକୁରଙ୍କ ସେବାକାର୍ଯ୍ୟ କରିବା ସହିତ ଭୋଜନାଳୟରେ ସହାୟିକା ଭାବେ କାର୍ଯ୍ୟ କରୁଥିଲେ  ।

ତେବେ ଏହି ଆଶ୍ରମର ବାବା ଅନ୍ତେବାସୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ ଓ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି ।  ଆଶ୍ରମଟି ମଧୁମଙ୍ଗଳ ଇସ୍କନ ଟ୍ରଷ୍ଟ ନାମରେ ପରିଚାଳିତ ହେଉଥିବା ବେଳେ ଭୋଜନାଳୟର ନାମ ଶ୍ରୀ ଗୋବିନ୍ଦ ଭୋଜନାଳୟ। ପୀଡ଼ିତା ଜଣକ ଏନେଇ ଅଭିଯୋଗ କରିବା ପରେ କାମାକ୍ଷାନଗର ପୋଲିସ୍ ବାବା ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଛି। ଏପଟେ ସାଇଣ୍ଟିଫିକ୍ ଟିମ୍ ଆଶ୍ରମରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe