ଭିଜିଲାନ୍ସ ଜାଲରେ ରେଞ୍ଜ୍‌ର ଫରେଷ୍ଟର ; ଲାଞ୍ଚ ନେବାବେଳେ ଧରାପଡ଼ିଲେ

Advertisment

ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ରେଞ୍ଜ ଅନ୍ତର୍ଗତ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଶ୍ରୀ ଗୌରାଙ୍ଗ ସାହୁ ଜଣେ ବ୍ୟକ୍ତିଙ୍କ ଠାରୁ ତାଙ୍କ ଜମିରୁ ଶୁଖିଲା ଗଛ କାଟିବା ଓ ପରିବହନ କରିବା ଅନୁମତି ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।

ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ରେଞ୍ଜ ଅନ୍ତର୍ଗତ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଶ୍ରୀ ଗୌରାଙ୍ଗ ସାହୁ ଜଣେ ବ୍ୟକ୍ତିଙ୍କ ଠାରୁ ତାଙ୍କ ଜମିରୁ ଶୁଖିଲା ଗଛ କାଟିବା ଓ ପରିବହନ କରିବା ଅନୁମତି ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।

Forester

Forester Photograph: (kanak news)

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଫରେଷ୍ଟର । ବ୍ରଜରାଜନଗର ରେଞ୍ଜ୍‌ର ଫରେଷ୍ଟର ଗୌରାଙ୍ଗ ସାହୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ରେଞ୍ଜ ଅନ୍ତର୍ଗତ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଶ୍ରୀ ଗୌରାଙ୍ଗ ସାହୁ ଜଣେ ବ୍ୟକ୍ତିଙ୍କ ଠାରୁ ତାଙ୍କ ଜମିରୁ ଶୁଖିଲା ଗଛ କାଟିବା ଓ ପରିବହନ କରିବା ଅନୁମତି ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । 

ଭିଜିଲାନ୍ସର ଏକ ଟିମ୍‌ କାର୍ଯ୍ୟାଳୟ ପରିସରରେ ଜମି ମାଲିକଙ୍କ ଠାରୁ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଫରେଷ୍ଟର ଶ୍ରୀ ସାହୁଙ୍କୁ ଗିରଫ କରିଛନ୍ତି । ତେବେ ରେଞ୍ଜର ଭିଜିଲାନ୍ସ ଟିମ୍‌କୁ ଦେଖି ଘଟଣାସ୍ଥଳରୁ ଖସିପଳାଇବାକୁ ଉଦ୍ୟମ କରିଥିଲେ । ଲାଞ୍ଚ ଟଙ୍କା ସହ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଭିଜିଲାନ୍ସ ଟିମ୍ ।  

ଅଧିକ ପଢ଼ନ୍ତୁ--ଏହିସବୁ ରାଶିରେ ବୃହସ୍ପତି ଚଳନ; ଜାଣନ୍ତୁ କାହାକୁ ଶୁଭ, କାହାକୁ କ୍ଷତି..

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe