କନକ ବ୍ୟୁରୋ : ପାକ୍ ଟ୍ରେନ୍ ହାଇଜାକକୁ ନେଇ ଭାରତ ଉପରେ ସଙ୍ଗୀନ ଅଭିଯୋଗ ଆଣିଛି ପାକିସ୍ତାନ । ହାଇଜାକ୍ ପଛରେ ଭାରତର ହାତ ଅଛି ବୋଲି ଅଭିଯୋଗ କରିଛି ପାକିସ୍ତାନ୍ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କ ପରାମର୍ଶଦାତା ରାଣା ସାନାଉଲ୍ଲା ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି । ବିଦ୍ରୋହିଙ୍କ କବଳରୁ ଯାତ୍ରୀଙ୍କୁ ବଞ୍ଚାଇବାର ବିଫଳତାକୁ ଲୁଚାଇବା ପାଇଁ ଭିତ୍ତିହୀନ ଅଭିଯୋଗ ଆଣିଛି ପାକିସ୍ତାନ ।
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା କହିଛନ୍ତି, ବିଏଲଏ ଦ୍ୱାରା ଭାରତ ଟ୍ରେନ୍ ହାଇଜାକ୍ କରିଛି । ବଲୁଚ ବିଦ୍ରୋହିଙ୍କୁ ଭାରତ ସମର୍ଥନ କରୁଛି । ପାକିସ୍ତାନ୍ ନ୍ୟୁଜ୍ ଚ୍ୟାନେଲ୍ ଡନକୁ ଏକ ସାକ୍ଷାତକାରରେ ଏପରି କହିଛନ୍ତି ରାଣା ସାନାଉଲ୍ଲା । ସେ କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ କି, ଭାରତ ବିଏଲଏ ଆର୍ମି ଦ୍ୱାରା ଏପରି କରୁଛି ବୋଲି । ଆଫଗାନିସ୍ତାନରୁ ଭାରତ ଏହାକୁ ଅପରେଟ୍ କରୁଛି । ଏହା କୌଣସି ରାଜନୈତିକ ମାମଲା ନୁହେଁ । ବଲୁଚ ବିଦ୍ରୋହୀଙ୍କର ବି ଏହା ପଛରେ କୌଣସି ରାଜନୈତିକ ଏଜେଣ୍ଡା ନାହିଁ । କେବଳ ଲୋକଙ୍କୁ ହତ୍ୟା କରିବା ଏହା ପଛର ମୁଖ୍ୟ କାରଣ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/03/12/IHIxDBarwNRACulfo3Ao.jpg)