କନକ ବ୍ୟୁରୋ : ଇରାନକୁ ଝଟକା ପରେ ଝଟକା ଦେଉଛି ଇସ୍ରାଏଲ । ବର୍ତ୍ତମାନ ଆଇଡିଏଫ ବଡ ଦାବି କରିଛି । ଇରାନର ମିସାଇଲ ପ୍ଲାଂଟ ଓ ଗବେଷଣା କେନ୍ଦ୍ରକୁ ମାଟିରେ ମିଶାଇଥିବା ଦାବି କରିଛି ଇସ୍ରାଏଲ ସେନା । ସୂଚନା ଅନୁସାରେ ତେହେରାନଠୁ ପଶ୍ଚିମ ଅଂଚଳରେ ସ୍ଥିତ ଇରାନର ଏହି ସିକ୍ରେଟ ପ୍ଲାଣ୍ଟ । ଏକବର୍ଷ ଧରି ଇରାନ ଏଠାରେ ମିସାଇଲ ଓ ଅନ୍ୟାନ୍ୟ ପ୍ରତିରକ୍ଷା ଉପକରଣ ନିର୍ମାଣ ସହ ରିସର୍ଚ୍ଚ କରିଆସୁଥିଲା । ଯଦି ଇସ୍ରାଏଲର ଦାବି ସତ ହୁଏ ତେବେ ଇରାନ ପାଇଁ ଏହା ବହୁତବଡ କ୍ଷତି ।
ଏପରିକି ଭବିଷ୍ୟତରେ ଆଊ ମିସାଇଲ ନିର୍ମାଣ ନକରିପାରେ ଇରାନ । ଇସଲାମ ଦେଶ ମଧ୍ୟ ଦୁଇଟି ଦେଶ ହେଉଛନ୍ତି ଇରାନ ଓ ପାକିସ୍ତାନ ଯେଉଁମାନେ ନିଜର ମିସାଇଲ ଶକ୍ତି ବଳରେ ବିଶ୍ବକୁ ଭୟଭୀତ କରିଥାନ୍ତି । ଏବେ ପ୍ରଶ୍ନ ଉଠୁଛି ଯଦି ପରମାଣୁ ନିର୍ମାଣକାରୀ ପ୍ଲାଂଟ ଓ ଗବେଷଣା କେନ୍ଦ୍ରକୁ ଧ୍ବଂସ କରୁଥିବା ଇସ୍ରାଏଲର ଦାବି ସତ ହୁଏ ତେବେ ଆଗକୁ କ’ଣ କରିବ ଇରାନ? ନିଜ ପାଖରେ ମହଜୁଦ ପ୍ରତିରକ୍ଷା ଉପକରଣକୁ ନେଇ କେତେଦିନ ଆତ୍ମରକ୍ଷା କରିପାରିବ? ସହଯୋଗୀ ଦେଶ ସିରିୟା, ଲିବିୟା ଓ ଉତାରକୋରିଆଠୁ ମିସାଇଲ ସାହାଯ୍ୟ ମାଗିବ ନା ପୁଣିଥରେ ଭିତିକୁ ମଜବୁତ କରି ନୂଆ ପ୍ଲାଂଟ ନିର୍ମାଣ କରିବ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/16/Hto0Eg7PSiYiFyecKjSH.jpg)