କନକ ବ୍ୟୁରୋ : କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ବାରଡ଼ିଆ ଠାରୁ ବାଘୁଆଶୁଣି ରାସ୍ତାରେ ପ୍ରତିଦିନ ଶହଶହ ଲୋକ ଯିବା ଆସିବା କରନ୍ତି। ରାସ୍ତାଟି ଖରାପ ହୋଇଯାଇଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟେ। ସେଥିପାଇଁ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ରାସ୍ତା ମରାମତି କାମ ଆରମ୍ଭ ହୋଇଥିଲା। ଦେଢ଼ କିଲୋମିଟର ରାସ୍ତା ମରାମତି  ପାଇଁ ୨୨ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। ହେଲେ ମରାମତି କାମ ଏତେ ନିମ୍ନମାନର ଯେ, ରାସ୍ତାରେ ହାତ ମାରୁ ମାରୁ ପିଚୁ ଉଠିଯାଉଛି । ଯାହାକୁ ବିରୋଧ କରି କାମ ବନ୍ଦ କରିଦେଇଛନ୍ତି ସ୍ଥାନୀୟ ବାସିନ୍ଦା। 

Advertisment

 ଠିକାଦାର ରାସ୍ତାରୁ ବାଲି ମାଟି ସଫା ନକରି ବିନା ପିଚୁ ଅଠାରେ ରାସ୍ତା କାମ କରାଯାଉଛି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ସଲାସୁତୁରାରେ ନିମ୍ନମାନର କରାଯାଉଥିବା ଅଞ୍ଚଳବାସୀଙ୍କ ଅଭିଯୋଗ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟକର କଥା, ରାସ୍ତା କାମ ସମୟରେ ଥରେ ବି ବିଭାଗୀୟ ଜେଇ ଆସି ତଦାରଖ କରିନାହାନ୍ତି କି ଏଥିପାଇଁ କୌଣସି ସୂଚନା ଫାଳକ ଲଗାଯାଇନାହିଁ। ଏ ସମ୍ପର୍କରେ କୌଣସି ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

 ରାସ୍ତାଟି ନିର୍ବାଚନ ପୂର୍ବରୁ ମରାମତି କରାଯାଇଥିଲା। ଏବେ ପୁଣି ମରାମତି କରାଯାଉଛି। ତେଣୁ ଏଥିରୁ ଦୁର୍ନୀତିର ଗନ୍ଧ ବାରିଛନ୍ତି ଲୋକେ। ତୁରନ୍ତ ଏହାର ତଦନ୍ତ କରି ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ।