କନକ ବ୍ୟୁରୋ: ଏରିଆ ମ୍ୟାନେଜର ଗାଏବ । ଗତକାଲି ଠାରୁ ଗାଏବ ଅଛନ୍ତି ଉଦଳା ବନ୍ଧନ ବ୍ୟାଙ୍କର ଏରିଆ ମ୍ୟାନେଜର ରାମନାଥ ପଣ୍ଡିତ । ସକାଳୁ କଲେକ୍ସନ କରିବା ନିମନ୍ତେ ବ୍ୟାଙ୍କରୁ ବାହାରି ଯାଇଥିଲେ। ଦିନ ସାଢେ ୧୦ଟାରେ ବ୍ୟାଙ୍କକୁ ଫେରି ପୁଣି ଫିଲ୍ଡ ପଳାଇଥିଲେ ।
ହେଲେ ଆଉ ଫେରି ନଥିଲେ । ଏପରିକି ତାଙ୍କର ଦୁଇଟି ମୋବାଇଲ ମଧ୍ୟ ସୁଇଚ ଅଫ ଅଛି । ଏନେଇ ବ୍ୟାଙ୍କ ପକ୍ଷରୁ ଉଦଳା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏରିଆ ମ୍ୟାନେଜରଙ୍କ ବାଲେଶ୍ୱରରେ ରହୁଥିବା ପରିବାର ଲୋକଙ୍କୁ ପଚାରିବାରୁ ସେଠାକୁ ମଧ୍ୟ ରାମନାଥ ପଣ୍ଡିତ ଯାଇନଥିବା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/02/JibpIGtggXacHdVCzuOS.jpg)