କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ପାକିସ୍ତାନ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ପୂର୍ବତନ ସଭାପତି ରମିଜ୍‌ ରାଜାଙ୍କ ବିସ୍ଫୋରୋକ ବୟାନ । ମ୍ୟାଚ୍ ରେଫରିଙ୍କ ଭାରତ ପ୍ରୀତି ନେଇ ଉଠାଇଲେ ଆପତ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ ଓ ଆଇସିସି ମ୍ୟାଚ୍ ରେଫରି ଆଣ୍ତି ପାଇକ୍ରଫ୍ଟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଣ୍ତିଙ୍କୁ ରମିଜ୍‌ ରାଜା ଭାରତ ପାଇଁ ପକ୍ଷପାତ କରୁଥିବା ଅଭିଯୋଗ କରିଛନ୍ତି । ଆଣ୍ତିଙ୍କ ଅତ୍ୟଧିକ ଭାରତ ପ୍ରୀତି ରହିଛି ବୋଲି ପାକିସ୍ତାନ ଲିଜେଣ୍ତ ରମିଜ୍‌ ରାଜା ବିବାଦୀୟ ବୟାନ ଦେଇଛନ୍ତି । ଭାରତ- ପାକିସ୍ତାନ ମ୍ୟାଚ୍ ପରେ ଅଧିନାୟକଙ୍କ ସମେତ କୌଣସି ଭାରତୀୟ ଖେଳାଳି ପାକିସ୍ତାନ ଦଳ ସହ ହାତ ମିଳାଇ ନଥିଲେ । ଏହାକୁ ଅଣ- ଖେଳୁଆଡ୍‌ ମନୋଭାବ ବୋଲି କହିଛନ୍ତି ରମିଜ୍‌ । ଏହା ବିରୋଧରେ ମ୍ୟାଚ୍ ରେଫରି କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ପକ୍ଷପାତ ଅଭିଯୋଗ ଆଣିଛନ୍ତି ରମିଜ୍ । ପିସିବି ଅନୁଯାୟୀ, ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପାକିସ୍ତାନ ଅଧିନାୟକ ସଲମାନ ଆଘାଙ୍କୁ ମ୍ୟାଚ୍ ପରେ ହାତ ନମିଳାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ରମିଜ୍‌ ରାଜା ବିବାଦୀୟ ବୟାନ ଦେଇଛନ୍ତି ।
ଆଇସିସିର ଭାରତ ପ୍ରୀତି!
ରମିଜ୍‌ ରାଜାଙ୍କ ବିସ୍ଫୋରୋକ ବୟାନ
ପାକ୍ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ପୂର୍ବତନ ସଭାପତି ରମିଜ୍ ରାଜା
ମ୍ୟାଚ୍ ରେଫରିଙ୍କ ଭାରତ ପ୍ରୀତି ନେଇ ଉଠାଇଲେ ଆପତ୍ତି
ଆଇସିସି ମ୍ୟାଚ ରେଫରି ଆଣ୍ତି ପାଇକ୍ରଫ୍ଟଙ୍କ ବିରୋଧରେ ଅଭିଯୋଗ
ହାତ ନମିଳାଇବାକୁ ନେଇ ରମିଜ୍‌ ଅସନ୍ତୁଷ୍ଟ!