କନକ ବ୍ୟୁରୋ : ଅକ୍ଟୋବର ୫ ତାରିଖରେ ହରିଆଣା ବିଧାନସଭାର ୯୦ ଟି ଆସନ ପାଇଁ ଭୋଟଗ୍ରହଣ ହେବାକୁ ଯାଉଛି । ୮ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନକୁ ନେଇ ହରିଆଣା ରାଜନୀତି ସରଗରମ ରହିଛି । ୧୦ ବର୍ଷ ହେବ ହରିଆଣାରେ ବିଜେପି ସରକାର ରହିଛି । ଏବେ ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି ମୁଖ୍ୟମନ୍ତ୍ରୀ ଅଛନ୍ତି । ହେଲେ ଚଳିତ ନିର୍ବାଚନରେ ହରିଆଣାରେ ବିଜେପି ଦୁର୍ବଳ ହେଉଥିବା ନଜରକୁ ଆସୁଛି । ଟିକେଟ ବଣ୍ଟନ ପରେ ଜଣଙ୍କ ପରେ ଜଣେ ବିଜେପି ନେତା, ବିଧାୟକ ଓ ପୂର୍ବମନ୍ତ୍ରୀ ଦଳ ଛାଡୁଛନ୍ତି । ଏହି କ୍ରମରେ ଆଜି ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମନୋହରଲାଲ ଖଟ୍ଟରଙ୍କ ଭଣଜା ରମିତ ଖଟ୍ଟର ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । 

ରୋହତକ ବିଧାୟକ ଭାରତ ଭୂଷଣଙ୍କ ଉପସ୍ଥିତିରେ ଶମିତି ଖଟ୍ଟର କଂଗ୍ରେସରେ ଯୋଗ ଦେଇଛନ୍ତି । ରାଜ୍ୟରେ ଏଭଳି ଭାବେ ଜଣେ ବିଜେପି ନେତା କଂଗ୍ରେସରେ ଯୋଗଦେବା ପରେ ଏହା ରାଜ୍ୟର ଭୋଟରଙ୍କ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି ।