କନକ ବ୍ୟୁରୋ: ସ୍ଥାନୀୟ ବିଜେପି କଲେଜ୍‌ ଖେଳ ପଡ଼ିଆରେ ଚାଲିଥିବା ନବମ ନବ ଦାଶ-ପ୍ରଶାନ୍ତ ମହାପାତ୍ର ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ରାମେଶ୍ବର ସ୍ପୋର୍ଟିଂ ଓ ବାପୁଜୀ କ୍ରିକେଟ୍‌ କ୍ଲବ୍‌ ମୁହାଁମୁହିଁ ହେବେ । ମଙ୍ଗଳବାର ପ୍ରଥମ ସେମିଫାଇନାଲ୍‌ରେ ରାମେଶ୍ବର ସ୍ପୋର୍ଟିଂ ୫୪ ରନ୍‌ରେ ସହିଦ ସ୍ପୋର୍ଟିଂକୁ ହରାଇ ଫାଇନାଲ୍‌କୁ ଯିବାରେ ପ୍ରଥମ ଦଳ ହୋଇଥିଲା । ରାମେଶ୍ବର ନିର୍ଦ୍ଧାରିତ ୨୦ ଓଭରରେ ୧୫୨ ରନ୍‌ କରିଥିଲା । ଜବାବରେ ସହିଦ ସ୍ପୋର୍ଟିଂ ୧୯.୫ ଓଭରରେ ମାତ୍ର ୯୮ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା ।

Advertisment

ଏହା ବି ପଢ଼ନ୍ତୁ: ପର୍ବତାରୋହୀ ବେଳେ ଅଘଟଣ, ଦୀପକ ହରାଇପାରନ୍ତି ଦୁଇଟି ଅଙ୍ଗୁଳି

ସେହିଭଳି ଦ୍ବିତୀୟ ସେମିଫାଇନାଲ୍‌ରେ ବାପୁଜୀ କ୍ରିକେଟ୍‌ କ୍ଲବ୍‌ ୭୯ ରନ୍‌ରେ ଆଲ୍‌ଫା ବ୍ରହ୍ମପୁରକୁ ହରାଇ ଦେଇଥିଲା । ବାପୁଜୀ କ୍ରିକେଟ୍‌ କ୍ଲବ୍‌ ପ୍ରଥମେ ବ୍ୟାଟିଂ କରି ୧୯୯ ରନ୍‌ କରିଥିଲା । ଜବାବରେ ଅଲ୍‌ଫା ବ୍ରହ୍ମପୁର ୧୭.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ମାତ୍ର ୧୨୦ ରନ୍‌ କରିପାରିଥିଲା । ଅତୁଲ ସରୱାର (୪/୩୨) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ । ଏ୍‌ଜି ଗୋପାଳ ତାଙ୍କ ଶାଣିତ ବୋଲିଂ (୪/୧୭) ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ‌ହୋଇଥିଲେ ।